ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଆସିଛି ଭଲ ଖବର | ମୃତ୍ୟୁ ହାର କମ କରାଇବାରେ କରୋନା ଟିକା ସକ୍ଷମ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପୌଲ | ତାଙ୍କ କହିବା ମୁତାବକ, ଟିକାର ଗୋଟିଏ ଡୋଜ ମୃତ୍ୟୁ ହାରକୁ ୮୨% ହ୍ରାସ କରିବାରେ ସକ୍ଷମ । ଏହା ସହ ଏହାର ଦ୍ଵିତୀୟ ଡୋଜ ମୃତ୍ୟୁ ହାରକୁ ୯୫% ହ୍ରାସ କରିବାରେ ସଫଳ ବୋଲେ ସେ କହିଛନ୍ତି |

Advertisment

publive-image indiatoday.in

ହେଲେ ଦୈନିକ ସଂକ୍ରମଣ ଏବେ ବଢୁଥିବା ବେଳେ ଆଗାମୀ ୧୦୦-୧୨୫ ଦିନ ବେସ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଡାକ୍ତର ଭି.କେ ପୌଲ | ସେ କହିଛନ୍ତି, କିଛିଦିନ ହେବ ଦୈନିକ ସଂକ୍ରମଣ ଯେଉଁ ହାରରେ କମୁଥିଲା ଏବେ ସେଭଳି ଦେଖାଯାଉ ନାହିଁ । ଧିରେ ଧିରେ ତୃତୀୟ ଲହର ଆସୁଥିବା ନେଇ ଅନୁମାନ କରାଯାଉଛି । କରୋନାର ତୃତୀୟ ଲହର କଥା ଏଥିପାଇଁ କୁହାଯାଉଛି କି, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ଗୋଷ୍ଠୀ ରୋଗପ୍ରତିରୋଧକ ଶକ୍ତି ହାସଲ କରିପାରିନାହିଁ । ଦେଶରେ କମୁ୍ଥିବା ଦୈନିକ ସଂକ୍ରମଣ ଧିମା ପଡିଛି । ସ୍ଥିତି ଖରାପ ନହେବା ପାଇଁ ଆମକୁ କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ପଡିବ । ଆଗାମୀ ୧୦୦-୧୨୫ ଦିନ ଆମ ପାଇଁ ବେସ୍ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମକୁ ସତର୍କ ଓ ଦାୟିତ୍ୱର ସହ କରୋନା କଟକଣା ମାନି ଚଳିବାକୁ ପଡିବ ।