ଏନସିପି ସହ ଆଲୋଚନା ଜାରି ରହିଛି, ନୂଆ ମୁଖ୍ୟମନ୍ତ୍ରୀ ଶିବସେନାର ହେବେ : ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ଅନିଶ୍ଚିତତାର ଶେଷ ହେବାର ନାଁ ଧରୁ ନାହିଁ । ବିରୋଧୀ ଦଳରେ ବସିବାକୁ ଏନସିପି ଘୋଷଣା କରିବା ସତ୍ତ୍ୱେ ଆଜି ଶିବସେନା କହିଛି ଯେ ସରକାର ଗଠନ ଲାଗି ଏନସିପି ସହିତ କଥାବାର୍ତ୍ତା ଜାରି ରହିଛି ।

ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ସରକାର ଗଠନ ନେଇ ଏନସିପି ସହିତ କଥାବାର୍ତ୍ତା ଚାଲିଛି । କିନ୍ତୁ ଏନସିପି ମୁଖ୍ୟ ଶରଦ ପଓ୍ଵାର ମୁଖ୍ୟମନ୍ତ୍ରୀ ହେବେ ନାହିଁ, ନୂଆ ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥର ମହାରାଷ୍ଟ୍ରରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ରାଜ୍ୟ ଭିତରେ ହିଁ ନିଷ୍ପତ୍ତି ନିଆଯିବ ।

ଗତକାଲି ସଂଧ୍ୟରେ ଏନସିପି ମୁଖ୍ୟ ଶରଦ ପାଓ୍ଵାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ କହିଥିଲେ ଯେ ତାଙ୍କ ଦଳ ବିରୋଧୀ ଦଳରେ ହିଁ ବସିବ । ଶିବସେନାକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ । କଂଗ୍ରେସ ମଧ୍ୟ ଶିବସେନାକୁ ସମର୍ଥନ କରିବ ନାହିଁ ବୋଲି ସୂଚନା ମିଳିଛି ।
ଗତକାଲି ସଂଜୟ ରାଉତ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କୁ ଭେଟିଥିଲେ ।

ସମ୍ବନ୍ଧିତ ଖବର