ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମ ମନ୍ଦିର-ବାବ୍ରି ମସଜିଦ୍ ମାମଲାର ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ସୁନ୍ନି ଓ୍ଵାକଫ ବୋର୍ଡ କହିଛନ୍ତି, ବର୍ତମାନ ପରିସ୍ଥିତିରେ ଦସ୍ତାବିଜ୍ର ଅନୁବାଦ ପାଇଁ ଅଧିକ ସମୟର ଆବଶ୍ୟକତା ଅଛି। ଏହି ମାମଲା ନେଇ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ରେ ହେବ। କୋର୍ଟ କହିଛନ୍ତି ସମସ୍ତ ଦସ୍ତାବିଜ୍୍କୁ ମାର୍ଚ୍ଚ ୭ ଭିତରେ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କପିଲ ଶିିବ୍ଦଲ ଉପସ୍ଥିତ ଥିଲେ। ଆଜିର ଶୁଣାଣି କାଳରେ ପୂର୍ବବର୍ତ୍ତୀ ଶୁଣାଣିମାନଙ୍କ ସମ୍ପର୍କରେ କୌଣସି ପ୍ରକାରର ଆଲୋଚନା ହୋଇ ନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମକୋର୍ଟ ଏହି ମାମଲାରେ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ହାଇକୋର୍ଟ ରେକର୍ଡରେ ସାମିଲ ଥିବା ସମସ୍ତ ଭିଡିଓକୁ ଏକତ୍ର କରିବାକୁ କହିଛନ୍ତି। ଏହା ବ୍ୟତୀତ କୋର୍ଟ ସମସ୍ତ ପକ୍ଷଙ୍କୁ ନିଜ ନିଜର ଧାର୍ମିକ ଗ୍ରନ୍ଥର ଅନୁବାଦ କପି ମଧ୍ୟ କୋର୍ଟରେ ଜମା କରିବାକୁ କହିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ମୁଖ୍ୟ ଅପିଲ୍ ଉପରେ ପୁଣି ଥରେ ଶୁଣାଣି ହେବ। କୋର୍ଟ କହିଛନ୍ତି, ଅନ୍ୟ ଆବେଦନ ଉପରେ ପରେ ଶୁଣାଣି ହେବ। ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ତୁଷାର ମେହତା ସୁପ୍ରିମ କୋର୍ଟରେ କହିଛନ୍ତି ଗୀତା ଓ ରାମାୟଣର ଅନୁବାଦ ମଧ୍ୟ କୋର୍ଟରେ ଜମା କରାଯିବା ଦରକାର।
ଏହି ମାମଲାରେ ମୁଖ୍ୟ ଆବେଦନକାରୀ ରାମଲଲା, ସୁନ୍ନି ଓ୍ଵାଖଫ ବୋର୍ଡ ଓ ନର୍ମୋହୀ ଆଖାଡା ଅଟନ୍ତି। ସୁନ୍ନି ଓ୍ଵାକଫ ବୋର୍ଡ ତରଫରୁ ଏଜାଜ ମକବୁଲ କୋର୍ଟଙ୍କୁ କହିଛନ୍ତି, ଏହପର୍ଯ୍ୟନ୍ତ ଦସ୍ତାବିଜ୍ ଅନୁବାଦ ହୋଇ ପାରି ନାହିଁ। ଶୁଣାଣି ସମୟରେ ଏହାକୁ କୋର୍ଟରେ ଉପସ୍ଥାପନା କରାଯିବ।