କରୋନା ପାଇଁ ମଦୁଆ ଡ୍ରାଇଭରଙ୍କ ଚେକିଂ ବନ୍ଦ କରିବାକୁ ଦାବି

ହାଇଦ୍ରାବାଦ: କରୋନା ଯୋଗୁଁ ଚୀନ୍‌ରେ ବର୍ତ୍ତମାନ ସୁଦ୍ଧା ୪୯୦ ଜଣଙ୍କ ମୃତ୍ୟୁ ହେଲାଣି। ୨୪,୩୦୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି । ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଛି। ଅନ୍ୟପଟେ ଭାରତରେ ଏବେ କରୋନା ଭାଇରସକୁ ନେଇ ମଧ୍ୟ ଆତଙ୍କ ଦେଖାଦେଇଥିବାବେଳେ ହାଇଦ୍ରାବାଦର ଏକ ଏନଜିଓ ସଂସ୍ଥା ଭିନ୍ନ ଦାବିଟିଏ ଉପସ୍ଥାପନ କରିଛି | ଏହି ଏନଜିଓ ଦାବି କରିଛି ଯେ ମଦୁଆ ଡ୍ରାଇଭର କିଏ ଜାଣିବା ପାଇଁ ବ୍ୟବହାର ହେଉଥିବା ବ୍ରେଥାଲାଇଜରର ବ୍ୟବହାର ବର୍ତ୍ତମାନ ପାଇଁ ବନ୍ଦ କରାଯାଉ |

Fox Business

ଏନଜିଓର କହିବା କଥା ଯେ ପ୍ରାଣଘାତକ ସଂକ୍ରମଣ ଏହା ଦ୍ୱାରା ବ୍ୟାପିଯାଇପାରେ | ସେଥିପାଇଁ ଚେକିଂକୁ ବର୍ତ୍ତମାନ ସମୟ ପାଇଁ ବନ୍ଦ କରାଯାଉ | ହାଇଦ୍ରାବାଦର ବାଦା ଫାଉଣ୍ଡେସନ ନାମକ ଏନଜିଓ ପୁଲିସ କମିଶନରଙ୍କୁ ଚିଠି ଲେଖି ଜଣାଇଛି ଯେ କିଛି ଦିନ ପାଇଁ ବ୍ରେଥାଲାଇଜର ମାଧ୍ୟମରେ ହେଉଥିବା ଚେକିଂକୁ ବନ୍ଦ କରାଯାଉ |

କାରଣ ଚେକିଂ ସମୟରେ ବ୍ୟବହାର ହେଉଥିବା ବ୍ରେଥାଲାଇଜରରେ ଯଦି କେହି କରୋନା ପିଡୀତଙ୍କ ଲାଳ ଲାଗିଯାଏ, ତାହା ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ ହୋଇପାରେ | ଏଭଳି ସ୍ଥିତିରେ ଚେକିଂ ପାଇଁ ବ୍ୟବହାର ହେଉଥିବା ବ୍ରେଥାଲାଇଜର ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ |

ସମ୍ବନ୍ଧିତ ଖବର