ନୂଆଦିଲ୍ଲୀ: ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସ୍ନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍) ଶନିବାର ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରଦୂଷଣ ହ୍ରାସ ଉଦ୍ଦେଶ୍ୟରେ ନିଆଯିବାକୁ ଥିବା ‘ଯୁଗ୍ମ-ଅଯୁଗ୍ମ’ ଗାଡ଼ି ଚଳାଚଳ ବ୍ୟବସ୍ଥାକୁ ଅନୁମତି ଦେଇଛନ୍ତି। ନଭେମ୍ବର ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଗୋଟିଏ ଦିନ ଯୁଗ୍ମ ରେଜିଷ୍ଟ୍ରେସନ୍ ନମ୍ବର ଥିବା ଗାଡ଼ି ଚାଲିଲେ ତା’ପରଦିନ ଅଯୁଗ୍ମ ନମ୍ବରର ଗାଡ଼ି ଚାଲିବ। ପୂର୍ବରୁ ଏହି ବ୍ୟବସ୍ଥାରେ ମହିଳା ଚାଳକ, ଦୁଇ ଚକିଆ ଯାନ ଓ ସରକାରୀ ଗାଡ଼ିକୁ ମିଳୁଥିବା କୋହଳକୁ ପ୍ରତ୍ୟାହାର କରିନିଆଯାଇଛି। ଏଥିସହ ଏହି ବ୍ୟବସ୍ଥାକୁ ଦିଲ୍ଲୀ ସହ ନ୍ୟାସ୍ନାଲ୍ କ୍ୟାପିଟାଲ୍ ରିଜିଅନ୍ (ଏନ୍ସିଆର୍)ରେ ମଧ୍ୟ ଲାଗୁ କରାଯଇିଛି। ଫଳରେ ଗୁରୁଗ୍ରାମ୍, ଫରିଦାବାଦ୍, ନୋଏଡ଼ା, ଗାଜିଆବାଦ୍ ଏବଂ ମୁଜାଫରନଗରରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ପ୍ରଚଳିତ ହୋଇଛି। ଗ୍ରିନ୍ ଟ୍ରିବୁନାଲ୍ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଏଣିକି ବାୟୁ ପ୍ରଦୂଷଣ ସ୍ତର ପିଏମ୍-୧୦ ୫୦୦ ଅଙ୍କରେ ପହଞ୍ଚଲେ ଏବଂ ପିଏମ୍ ୨.୫ ୩୦୦ ଅଙ୍କରେ ପହଞ୍ଚଲେ ତୁରନ୍ତ ‘ଯୁଗ୍ମ-ଅଯୁଗ୍ମ’ବ୍ୟବସ୍ଥା ଲାଗୁ କରାଯିବ।
ଦିଲ୍ଲୀ ଓ ଏନ୍ସିଆର୍ରେ ‘ଯୁଗ୍ମ-ଅଯୁଗ୍ମ’ ବ୍ୟବସ୍ଥା ଲାଗୁ ପାଇଁ ଅନୁମତି ଦେଲେ ଏନ୍ଜିଟି
/sambad/media/post_attachments/wp-content/uploads/2017/11/delhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)