ଏନ୍‌ଜିଟିର ନିର୍ଦ୍ଦେଶ: ଅମରନାଥରେ ଘଣ୍ଟି ବଜାଇପାରିବେ ନାହିଁ ଭକ୍ତ

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ବେଳେ ଭକ୍ତ ଭଗବାନ ଶିବଙ୍କ ଜୟ ଜୟକାର ଧ୍ୱନୀ କରିଥାନ୍ତି। ଏହା ସହିତ ଅନେକ ସ୍ଥାନରେ ଘଣ୍ଟି ବଜାଇ ଥାଆନ୍ତି। ଏଣିକି ଭକ୍ତ ଆଉ ଘଣ୍ଟି ବଜାଇ ପାରିବେ ନାହିଁ। ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଏଭଳି ଆଦେଶ ଦେଇଛି। ଭୂସ୍ଖଳନ ଭଳି ଘଟଣା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଏନ୍‌ଜିଟି କହିଛି।

ଏନ୍‌ଜିଟି ଅମରନାଥକୁ ନୀରବତା ରକ୍ଷା କରି ଯାତ୍ରା କରିବାକୁ ଘୋଷଣା କରିଛି। ଏନ୍‌ଜିଟି ଏହି ନିଷ୍ପତ୍ତି ଉପରେ ଶୁଣାଣି କରି କହିଛି, ବହାଇ ମନ୍ଦିର, ତିରୁପତି ଓ ଅକ୍ଷରଧାମ ମନ୍ଦିରରେ ଶବ୍ଦକୁ ନିଷିଦ୍ଧ କରାଯାଇଛି। ଅମରନାଥରେ ଧ୍ୱନୀ ଯୋଗୁଁ ଭୂସ୍ଖଳନ ବିପଦ ବଢ଼ିଛି। କେବଳ ସେତିକି ନୁହେଁ, ଘଣ୍ଟି ବଜାଇବା ଦ୍ୱାରା ପରିବେଶ ପ୍ରଦୂଷଣ ବଢ଼ିଛି।

ଏନ୍‌ଜିଟିରେ ଆବେଦନ କରିଥିବା ଆଇନଜୀବୀ ଆଦିତ୍ୟ ସିଙ୍ଘଲା ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏନ୍‌ଜିଟି ଏଠାକାର ଇକୋଲୋଜିକାଲ ଷ୍ଟ୍ରକ୍ଚରକୁ ଦୃଷ୍ଟିରେ ରଖି ଏହି ଆଦେଶ ଦେଇଛି। ଏହା ଦ୍ୱାରା ଭୂସ୍ଖଳନ ଘଟଣା ବଢ଼ିଛି। ଯେତେବେଳେ ଏକ ସମୟରେ ହଜାର ସଂଖ୍ୟାରେ ଘଣ୍ଟି ବଜାଉଛନ୍ତି ଅଥବା ଧ୍ୱନୀ କରୁଛନ୍ତି, ପରିବେଶ ପ୍ରଦୂଷଣ ହେଉଛି।

ସମ୍ବନ୍ଧିତ ଖବର