ବେଦାନ୍ତଙ୍କୁ ଆଶ୍ୱସ୍ତି: ତାମିଲନାଡୁରେ ଷ୍ଟେରଲାଇଟ୍ କପର୍ ପ୍ଲାଣ୍ଟ ଚାଲୁ କରିବାକୁ ନିର୍ଦ୍ଦେଶ ଦେଲେ ଏନ୍ଜିଟି
କୋଲକାତା: ତାମିଲନାଡୁର ଟୁରିକୋରିନ୍ଠାରେ ଥିବା ବେଦାନ୍ତ ପରିଚାଳନାଧୀନ ଷ୍ଟେରଲାଇଟ୍ କପର ପ୍ଲାଣ୍ଟ ବନ୍ଦ ଲାଗି ତାମିଲନାଡୁ ସରକାର ଦେଇଥିବା ନିର୍ଦ୍ଦେଶକୁ ଖାରଜ କରି ଦେଇଛନ୍ତି ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍। ଏଥିସହ ଟ୍ରିବ୍ୟୁନାଲ୍ ବେଦାନ୍ତକୁ ସେ ଅଞ୍ଚଳରେ ଜନମଙ୍ଗଳ କାର୍ଯ୍ୟକ୍ରମ ଜରିଆରେ ଆସନ୍ତା ୩ ବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କା ବ୍ୟୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତାମିଲ୍ନାଡୁ ସରକାରଙ୍କ ବନ୍ଦ ନିର୍ଦ୍ଦେଶକୁ ଖାରଜ କରି ଟ୍ରିବ୍ୟୁନାଲ୍ ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଷ୍ଟେରଲାଇଟ୍ କାରଖାନା ଚାଲିବା ଲାଗି ସାନି ଅନୁମତି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟୁଟିକୋରିନସ୍ଥିତ ପ୍ଲାଣ୍ଟକୁ ବନ୍ଦ କରିବା ଯଥାର୍ଥ ନୁହେଁ ବୋଲି ଟ୍ରିବ୍ୟୁନାଲ୍ ତାଙ୍କ ରାୟରେ ଦର୍ଶାଇଛନ୍ତି।
ଟୁଟିକୋରିନ୍ରେ ଗତ ମେ ୨୨ ଓ ୨୩ ତାରିଖରେ କପର୍ ପ୍ଲାଣ୍ଟ ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷିତ କରୁଛି ବୋଲି ଦାବି କରି ଲୋକ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ହିଂସାତ୍ମକ ରୂପ ନେବାରୁ ପୁଲିସ ଗୁଳିଚାଳନା କରିଥିଲା। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ତାମିଲନାଡୁ ସରକାର ଷ୍ଟେର୍ଲାଇଟ୍ କପର ସ୍କେଲ୍ଟର ପ୍ଲାଣ୍ଟକୁ ବନ୍ଦ କରି ଦେଇଥିଲେ।
ଏହାପରେ ବେଦାନ୍ତ ପକ୍ଷରୁ ଟୁଟିକୋରିନ୍ ପ୍ଲାଣ୍ଟର ବନ୍ଦ ବିରୋଧରେ ଗ୍ରୀନ୍ ଟ୍ରିବ୍ୟୁନାଲ୍ରେ ଆବେଦନ କରାଯାଇଥିଲା। ଦୀର୍ଘ ୨୨ ବର୍ଷ ହେଲା ସେଠାରେ କାରଖାନା ସୁରକ୍ଷିତ ପରିବେଶରେ ଚାଲି ଆସିଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ବେଦାନ୍ତ ପକ୍ଷରୁ କୁହାଯାଇଥିଲା।