ଦେଶ ସହ ଦାର୍ଜିଲିଂର ସମ୍ପର୍କ କଟିଲା, ଜାତୀୟ ରାଜପଥରେ ଭୁଶୁଡିପଡିଛି ମାଟିଅତଡ଼ା

ସିଲିଗୁଡି: ଦାର୍ଜିଲିଂ-ସିକିମ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଏହି ଅଂଚଳ ଦେଶଠାରୁ ଯୋଗାଯୋଗରେ ବିଛିନ୍ନ ହୋଇଯାଇଛି | ଲଗାତାର ୭୨ ଘଣ୍ଟା ଧରି ବର୍ଷା ଲାଗି ରହିବା ଫଳରେ ପାହାଡ ଦେଇ ଯାଇଥିବା ଜାତୀୟ ରାଜପଥ ୧୦ ଉପରେ ମାଟି ଅତଡ଼ା ଧସିଯାଇଛି | ଯାହାଫଳରେ ଅବରୋଧ ହୋଇଯାଇଛି ଜାତୀୟ ରାଜପଥ | ଲଗାତାର ମାଟି ଅତଡ଼ା ଧସୁଥିବାରୁ ଗମନାଗମନ ଅଟକି ଯାଇଛି |

ଦୁଇ ପଟରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି | ପାଣିପାଗ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ଆହୁରି ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାର କୁହାଯାଇଥିବାରୁ ସ୍ଥାନୀୟ ଲୋକଙ୍କର ଚିନ୍ତା ବଢିଯାଇଛି | ଦାର୍ଜିଲିଂରେ ମାଟି ଅତଡ଼ା ଧସି ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ଷା ଯୋଗୁଁ ତିସ୍ତା ନଦୀରେ ରାଜସ୍ଥାନରୁ ଆସିଥିବା ଏକ ପର୍ଯ୍ୟଟକ ଗାଡି ମଧ୍ୟ ଖସିପଡ଼ିଥିଲା |

ଏଥିରେ ଥିବା ୪ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି | ସେହିପରି କେବଳ ସଡକ ପଥ ନୁହଁ ବରଂ ରେଳପଥ ମଧ୍ୟ ପ୍ରଭାବିତ ହୋଇଛି | ସିଲିଗୁଡିରୁ ଅଲିପୁରଦବାର ଦେଇ ଯାଉଥିବା ସମସ୍ତ ଟ୍ରେନକୁ ବାତିଲ କରିଦିଆଯାଇଛି |

ସମ୍ବନ୍ଧିତ ଖବର