ଦୁର୍ଘଟଣାର କାରଣ ପାଲଟିଛନ୍ତି ବୁଲା ଗାଈ; ୨୦ମାସରେ ୩୦୮ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୧୭

ହାମିରପୁର: ଦେଶର ବିଭିନ୍ନ ସହରରେ ଏବେ ବୁଲା ଗାଈ ଗୋରୁଙ୍କ ଯୋଗୁଁ ଦୁର୍ଘଟଣା ବଢିବାରେ ଲାଗିଛି । ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । ୟୁପିର ହାମିରପୁର ଜିଲ୍ଲାରେ ଗତ ୨୦ ମାସ ମଧ୍ୟରେ ବୁଲା ଗାଈମାନଙ୍କ ପାଇଁ ଏନ୍ଏଚ୍-୩୪ରେ ସର୍ବାଧିକ ୩୦୮ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଏବେଯାଏଁ ୨୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏନ୍ଏଚ୍-୩୪ କାନପୁର ଓ ମହୋବା ଜିଲ୍ଲା ଦେଇ ମଧ୍ୟ ଏହି ରାଜପଥ ଯାଇଛି, ହେଲେ ଏହି ୨ଜିଲ୍ଲାକୁ ଛାଡ଼ି ଏଠାକାର ଦୁର୍ଘଟଣାର କାରଣ ଭିନ୍ନ ।

ଯଦି ଆମେ ଗତ ୨୦ ମାସର ଆକଳନକୁ ଦେଖିବା, ତେବେ କେବଳ ହମିରପୁରରେ ୩୦୮ ଟି ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨୧୭ଜଣ ପ୍ରାଣ ହରାଇଥିବା ବେଳେ ୫୫୩ ଜଣ ଆହତ ହୋଇଛନ୍ତି । ଦିନ ସମୟରେ ଏହି ରାଜପଥରେ ଗାଈ ଗୋରୁ ଦେଖିବା ସାଧାରଣ କଥା । ବଡ଼ କଥା ହେଉଛି ଏଠି ଅଧିକାଂଶ ଦୁର୍ଘଟଣା ରାତି ସମୟରେ ଘଟୁଛି । ଗତ ଦୁଇ ବର୍ଷ ମଧ୍ୟରେ ଏହି ରାଜପଥରେ ଟ୍ରାଫିକ ନିୟମ ପାଳନ ନକରିବାରୁ ଅନେକ ଲୋକ ମୃତ୍ୟୁ ବରଣ କରିଥିବାବେଳେ ତିନି ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଆଇଆରଏଡି ଆପର ତଥ୍ୟ ଅନୁଯାୟୀ, ଦୁଇ ବର୍ଷ ମଧ୍ୟରେ ହମିରପୁର ସଦର କୋଟୱାଲି ଅଞ୍ଚଳରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି । ସେହିପରି ସୁମେରପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏଭଳି ଦୁର୍ଘଟଣାରେ ୫୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୭ ଜଣ ଆହତ ହୋଇଛନ୍ତି । ମାଉଦା କୋଟୱାଲୀ ଅଞ୍ଚଳରେ ଦୁର୍ଘଟଣାରେ ୩୦ ଜଣ ପ୍ରାଣ ହରାଇଥିବାବେଳେ ୧୫୧ ଜଣ ଆହତ ହୋଇଛନ୍ତି । ଯେତେବେଳେ ଆଇଆରଇଡି ଦାୟିତ୍ୱରେ ଥିବା ରାମଚନ୍ଦ୍ରଙ୍କୁ ଏ ବିଷୟରେ ଆଲୋଚନା କରାଯାଇଥିଲା, ସେ କହିଥିଲେ ଯେ ଜାନୁୟାରୀ ୨୦୨୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୩୦୮ ଟି ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ବର୍ଷ ମଧ୍ୟରେ ରାଠ ଅଞ୍ଚଳରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୯ ଜଣ ଆହତ ହୋଇଛନ୍ତି । ଜରିଆରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୧ ଜଣ ଆହତ ହୋଇଛନ୍ତି । ସେହିଭଳି ବିୱାରରେ ୧୫ ମୃତ୍ୟୁ ୨୩, କୁରାରାରେ ୧୨ ମୃତ୍ୟୁ ୩୫, ମୁସ୍କ୍ରାରେ ୧୦ ମୃତ୍ୟୁ ୧୦, ମାଜଗୱାନରେ ୭ ମୃତ୍ୟୁ ୮, ଲାଲପୁରାରେ ୪ ମୃତ୍ୟୁ ୧୧, ସିସୋଲାରରେ ୩ ମୃତ୍ୟୁ , ଚିକାସୀରେ ୨ ମୃତ୍ୟୁ ଘଟଣା ଘଟିଛି।

ସମ୍ବନ୍ଧିତ ଖବର