ଭାରତ ସରକାରଙ୍କ ନୂଆ ରେକର୍ଡ: ମାତ୍ର ୧୮ ଘଣ୍ଟାରେ ନିର୍ମାଣ କଲେ ୨୫ କି.ମି ଜାତୀୟ ରାଜପଥ

ନୂଆଦିଲ୍ଲୀ: ସଡକ ନିର୍ମାଣକୁ ନେଇ ଭାରତ ସରକାର ଆଉ ଏକ ରେକର୍ଡ ନିଜ ନାମରେ ନାମିତ କରିଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ମାତ୍ର ୧୮ ଘଣ୍ଟାରେ ୨୫.୫୪ କିଲୋମିଟର ସିଙ୍ଗଲ ଲେନ୍ ରାଜପଥ ନିର୍ମାଣ କରି ଲିମକା ବୁକ୍ ଅଫ୍ ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ୍ ଗଡକରୀ । ଟ୍ୱିଟ କରି ସେ ଲେଖିଛନ୍ତି ଯେ, ମାତ୍ର ୧୮ ଘଣ୍ଟାରେ ରାଜପଥର ୨୫.୫୪ କି.ମି ରାସ୍ତା ନିର୍ମାଣ କରାଯାଇଛି ।

Image courtesy: Nitin Gadkari
hindustantimes

ସୂଚନା ମୁତାବକ, ଏନଏଚ-୫୨ରେ ବିଜୟପୁର ଏବଂ ସୋଲାପୁର ମଧ୍ୟରେ ଚାରି ଲେନ ବିଶିଷ୍ଟ ରାଜପଥ ନିର୍ମାଣ ସମୟରେ ଏହା ଘଟିଛି | ୨୫.୫୪ କିଲୋମିଟର ସିଙ୍ଗଲ ଲେନ ନିର୍ମାଣ କାର୍ଯ୍ୟ ମାତ୍ର ୧୮ ଘଣ୍ଟାରେ ସମ୍ପୁର୍ଣ୍ଣ ହୋଇଛି । ଏହାକୁ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମିଳିଥିବା କହିଛନ୍ତି ନିତିନ୍ ଗଡକରୀ । ଏନେଇ ରାଜପଥ କାର୍ଯ୍ୟ ଠିକା ନେଇଥିବା କମ୍ପାନି ସହ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି କି, ଠିକାଦାରଙ୍କ ପାଖରେ କାମ କରୁଥିବା ପ୍ରାୟ ୫ ହଜାର କର୍ମଚାରୀ ଏନେଇ କଠିନ ପରିଶ୍ରମ କରିଛନ୍ତି । ମୁଁ ସମସ୍ତ ଠିକା କର୍ମଚାରୀ, ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହା ସହ ସେ କହିଛନ୍ତି ଯେ, ବର୍ତ୍ତମାନ ସୋଲାପୁର-ବିଜୟପୁର ଜାତୀୟ ରାଜପଥର ୧୧୦ କିଲୋମିଟର କାର୍ଯ୍ୟ ଚାଲୁରହିଛି ଓ ଏହା ୨୦୨୧ ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର