ଜାତୀୟ ରାଜପଥ ଗୁଡ଼ିକର ଅବସ୍ଥା ଭଲଭାବେ ତଦାରଖ ଲାଗି ଏନଏଚଏଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶର ଜାତୀୟ ରାଜପଥ ଗୁଡ଼ିକର ଅବସ୍ଥା ସୁଧାରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ )ପକ୍ଷରୁ ନିଜର ଫିଲଡ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥ ଗୁଡ଼ିକରେ ଥିବା କ୍ଷତିଗ୍ରସ୍ତ ଅଂଚଳ ଓ ଦୂର୍ବଳ ଅଂଶଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଏନଏଚଏଆଇ ଅଧ୍ୟକ୍ଷ ଦିପକ କୁମାର କହିଛନ୍ତି ଯେ ଠିକାଦାରଙ୍କ ପକ୍ଷରୁ ଚୁକ୍ତି ହୋଇଥିବା ଠିକା ସର୍ତ୍ତାବଳୀ ପୂରଣ କରାନଗଲେ ସେମାନଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଡ଼କର କ୍ୱାଲିଟି ଓ ରକ୍ଷଣାବେକ୍ଷଣ ଆଶାନୁରୂପ ନହେଲେ ତାହାର କ୍ଷତିପୂରଣ ଠିକାଦାରଙ୍କଠାରୁ ଆଦାୟ ହେବ । ଅନ୍ୟପକ୍ଷରେ କୌଣସି ଇଂଜିନିୟରଙ୍କ ଅବହେଳାରୁ ସଡ଼କର ଅବସ୍ଥା ଖରାପ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସାମଗ୍ରୀକଭାବେ ଜାତୀୟ ରାଜପଥଗୁଡ଼ିକ ଯେପରି ଉତ୍ତମ ଗୁଣମାନର ହୋଇପାରିବ ତାହା ନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର