ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାର ଯାଞ୍ଚ ପାଇଁ କମିଟି ଗଠନ କଲା ଏନଏଚଆରସି

କୋଲକାତା: ପଶ୍ଚିମବଙ୍ଗରେ ମତଦାନ ପରେ ହୋଇଥିବା ହିଂସା ଅଭିଯୋଗର ତଦନ୍ତ ପାଇଁ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) ଏକ କମିଟି ଗଠନ କରିଛି। ଏନଏଚଆରସି ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ରଙ୍କ ଦ୍ୱାରା ଏହି କମିଟି ଗଠନ କରାଯାଇଛି। ଏନଏଚଆରସିକୁ ନିର୍ବାଚନ ପରବର୍ତ୍ତୀ ହିଂସାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିବା ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରିବା ପାଇଁ ରାଜ୍ୟ ସରକାର ଆବେଦନ କରିଥିଲେ | ଆଜି କୋଲକାତା ହାଇକୋର୍ଟ ସରକାରଙ୍କ ଆବେଦନକୁ ଖାରଜ କରିବା ପରେ ଏନଏଚଆରସି ତଦନ୍ତ ପାଇଁ କମିଟି ଗଠନ କରିଛି |

ଏନଏଚଆରସି ଅଧ୍ୟକ୍ଷଙ୍କ ଦ୍ୱାରା ଗଠିତ ଏହି କମିଟିର ନେତୃତ୍ୱ ନେବେ ରାଜୀବ ଜୈନ | ଏହି କମିଟି ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହୋଇଥିବା ହିଂସାର ଯାଞ୍ଚ କରିବ, ଯାହା ବିଷୟରେ ଜାତୀୟ ମାନବ ଅଧିକାର ଆୟୋଗ ପୂର୍ବରୁ ଅଭିଯୋଗ ଗ୍ରହଣ କରିସାରିଛି | ପଶ୍ଚିମବଙ୍ଗ ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଗ୍ରହଣ କରାଯାଇଥିବା ଅଭିଯୋଗଗୁଡିକ ଉପରେ କମିଟି ଯାଞ୍ଚ କରିବ। ହିଂସା ସହ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା ସହ ଘଟଣାସ୍ଥଳକୁ ଯିବା କମିଟି |

Bengal govt moves HC, seeks recall of order on post-poll violence - India News
indiatoday.in

ଉଲ୍ଲେଖଯୋଗ୍ୟ, ମେ’ ୨ରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସା ଘଟିଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା | ହତ୍ୟା, ଅଗ୍ନିକାଣ୍ଡ ଏବଂ ଚୋରି ଘଟଣାର ଫଟୋ ଏବଂ ଭିଡିଓ କ୍ଲିପ ଭାଇରାଲ ହୋଇଥିଲା। ବିଜେପି ଏହା ମଧ୍ୟ ଦାବି କରିଛି ଯେ, ତୃଣମୂଳ କଂଗ୍ରେସର ସଦସ୍ୟମାନେ ବିଜେପିର ଦୁଇ କର୍ମୀଙ୍କୁ ଗଣଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର