କୋଭିଡ୍‌-୧୯ ମହାମାରୀ ପ୍ରସଙ୍ଗରେ ମାନସିକ ସ୍ୱାସ୍ଥ୍ୟର ଅଧିକାର ଉପରେ ମାର୍ଗଦର୍ଶିକା ଜାରି କଲେ ଏନ୍‌ଏଚ୍‌ଆରସି

ନୂଆଦିଲ୍ଲୀ: ସଂପ୍ରତି କୋଭିଡ୍‌-୧୯ ମହାମାରୀକୁ କେନ୍ଦ୍ର କରି ଦେଶର ସଂଖ୍ୟାଧିକ ଲୋକଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ଓ ସ୍ଥିତିକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦେଖିବା ଏବଂ ଏହି ପରିସ୍ଥିତିକୁ ହୃଦୟଙ୍ଗମ କରିବା ପରେ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆରସି) ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ସମଗ୍ର ଦେଶରେ ଏହି ଅଦୃଶ୍ୟ ପରିସ୍ଥିତିକୁ ଦେଖି କୋଭିଡ୍‌-୧୯ ମହାମାରୀ ଓ ଏହାର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କରାଯାଇଥିବା ଲକ୍‌ଡାଉନ ଦ୍ୱାରା ପ୍ରଭାବିତ ହୋଇଥିବା ସମାଜର ଅସୁରକ୍ଷିତ ବର୍ଗର ମାନସିକ ସ୍ୱାସ୍ଥ୍ୟ ଅଧିକାରର ସମୀକ୍ଷା ଓ ଯାଞ୍ଚ ପାଇଁ କମିଶନଙ୍କ ପକ୍ଷରୁ ଏକ କମିଟିର ଗଠନ କରା ଯାଇଥିଲା। କୋଭିଡ୍‌-୧୯ ମହାମାରୀର ମାନବିକ ଅଧିକାରର ସୁରକ୍ଷା ଏବଂ ଭବିଷ୍ୟତର ପ୍ରତିକ୍ରିୟା ଉପରେ ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦାନ କରିବାକୁ ଏହି କମିଟିକୁ କୁହାଯାଇଥିଲା। ଏବଂ ଲୋକମାନଙ୍କର ଅଧିକାର ହାସଲ କରିବାରେ ମହାମାରୀର ପ୍ରଭାବକୁ ଆକଳନ କରିବାକୁ ଦାୟିତ୍ୱ ଦିଆଯାଇଥିଲା।

ଏହି କମିଟିରେ ନାଗରିକ ସମାଜ ସଂଗଠନର ପ୍ରତିନିଧି, ବିଶେଷଜ୍ଞ ଏବଂ ସଂପୃକ୍ତ ମନ୍ତ୍ରାଳୟ/ ବିଭାଗର ପ୍ରତିନିଧିମାନେ ସାମିଲ ଥିଲେ। ଇତିମଧ୍ୟରେ ବିଶେଷଜ୍ଞ କମିଟି ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟ ଏବଂ ସୁପାରିଶଗୁଡ଼ିକର ଉପଯୁକ୍ତ ଅନୁଶୀଳନ ଓ ତର୍ଜମା ପରେ କମିଶନ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟସଚିବମାନଙ୍କୁ ଏକ ମାର୍ଗଦର୍ଶିକା ଜାରି କରିବା ସହ ସେଗୁଡ଼ିକର ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର