ଉଚ୍ଚଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ

ନୂଆଦିଲ୍ଲୀ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ର ବାଙ୍କପଲାସ ଅପ୍‌ଡେଟେଡ ହାଇସ୍କୁଲ୍‌ରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ଅଭାବରୁ ବାରଣ୍ଡାରେ ବସି ଅଧ୍ୟୟନ କରିବା ତଥା ସ୍କୁଲ୍‌ରେ ଆବଶ୍ୟକୀୟ ଶିକ୍ଷକ ନଥିବା ମାମଲାରେ ଏନ୍‌ଏଚ୍‌ଆର୍‌ସି (ଜାତୀୟ ମାନବାଧିକାର କମିସନ୍‌) ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କୁ ଜାନୁଆରି ୮, ୨୦୧୯ରେ ସମସ୍ତ ରିପୋର୍ଟ ସହ କମିସନ୍‌ଙ୍କ ନିକଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମ୍‌ କୋର୍ଟର ବରିଷ୍ଠ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ବାଙ୍କପଲାସ ଅପଡେଟେଡ୍‌ ହାଇସ୍କୁଲ୍‌ରେ ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ସ୍କୁଲ୍‌ ବାରଣ୍ଡାରେ ପଢ଼ୁଛନ୍ତି ଏବଂ ଏହାଦ୍ବାରା ସେମାନଙ୍କ ଶିକ୍ଷା ଓ ଶିଶୁ ଅଧିକାର କ୍ଷୁଣ୍ଣ ହୋଇଛି।

ସମ୍ବନ୍ଧିତ ଖବର