ବ୍ୟକ୍ତିଗତ ହାଜର ପାଇଁ ଦିଲ୍ଲୀ ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ଡେଙ୍ଗୁଜନିତ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି) କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଏ ନେଇ ଦିଲ୍ଲୀର ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକଙ୍କୁ ୨୦୧୯ ଜାନୁଆରି ୮ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କମିସନ୍‌ ‌ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଡେଙ୍ଗୁ ଯୋଗୁ ୨୦୧୫ ସେପ୍ଟେମ୍ବରରେ ୭ ବର୍ଷର ବାଳକ ଅବିନାଶ ରାଉତର ମୃତ୍ୟୁ ଘଟିଥିଲା। ଦୁଃଖ ସହିନପାରି ଅବିନାଶର ପିତାମାତା ଆତ୍ମହତ୍ୟା କରିଥିଲେ। ଏହାପରେ ସୁପ୍ରିମ୍‌ କୋର୍ଟ ଆଇନଜୀବୀ ତଥା ମାନବାଧିକାରୀ କର୍ମୀ ରାଧାକାନ୍ତ ତ୍ରିପାଠୀ ଏନ୍‌ଏଚ୍‌ଆର୍‌ସିରେ ଏକ ପିଟିସନ୍‌ ଦାଖଲ କରି ମାମଲାର ତଦନ୍ତ ଦାବି କରିଥିଲେ।

ସମ୍ବନ୍ଧିତ ଖବର