ନୂଆଦିଲ୍ଲୀ : ଜଗା ବଳିଆଙ୍କ ସ୍ଥାନାନ୍ତର ପ୍ରସଙ୍ଗରେ ଜାତୀୟ ମାନବାଧିକାର କମିସନ୍ ଦିଲ୍ଳୀ ଏମ୍ସ ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ଚଳିତ ମାସ ୧୯ ତାରିଖରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ମାନବାଧକାର କର୍ମୀ ରାଧାକାନ୍ତ ତ୍ରିପାଠୀ ସେମାନଙ୍କୁ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ନ କରିବାପାଇଁ ଜାତୀୟ ମାନବାଧିକାର କମିସନ୍ରେ ପିଟିସନ୍ ଦାଖଲ କରିଥିଲେ। ଜଗା ବଳିଆଙ୍କୁ ସ୍ଥାନାନ୍ତର କରାଗଲେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବା ଆଶଙ୍କା ରହିବା ସହ ସେମାନଙ୍କ ଚିକିତ୍ସା ନିମନ୍ତେ ଓଡ଼ିଶାରେ ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ନାହିଁ ବୋଲି ତ୍ରିପାଠୀ ତାଙ୍କ ପିଟିସନ୍ରେ ଉଲ୍ଳେଖ କରିଥିଲେ। ଅପରପକ୍ଷେ ଜଗା ବଳିଆଙ୍କୁ ମାର୍ଚ୍ଚ ୧୧ ରୁ ୧୪ ତାରିଖ ମଧ୍ୟରେ ଏମ୍ସରୁ ଡିସଚାର୍ଜ କରିବାର ସମ୍ଭାବନା ରହିଛି। ଦୁଇଦିନ ତଳେ ଓଡ଼ିଶାରୁ ଆସିଥିବା ୫ ଜଣିଆ ଡାକ୍ତରୀଦଳକୁ ଜଗା ବଳିଆ ଓଡ଼ିଶା ସ୍ଥାନାନ୍ତର ହେବାପରେ ସେମାନଙ୍କର ଚିକିିତ୍ସା କିଭଳି କରାଯିବ ସେନେଇ ଏମ୍ସ ଦ୍ୱାରା ବିସ୍ତତ ଭାବେ ଅବଗତ କରାଇ ଦିଆଯାଇଛି। ଦୁଇ ଶିଶୁ ବେଙ୍ଗାଲୁରୁରୁ ତିଆରି ହୋଇ ଆସିଥିବା ଥ୍ରିଡି ଟେକନିକ୍ରେ ସ୍ୱତନ୍ତ୍ର ପ୍ରକାରର ହେଲମେଟ୍ କେବଳ ଶୋଇବା ସମୟ ବାଦ୍ ସବୁବେଳେ ପିନ୍ଧିବେ ବୋଲି ପରାମର୍ଶ ଦିଆଯାଇଛି। ଏହାବାଦ୍ ଆସନ୍ତାବର୍ଷ ବଳିଆର ଆଉ ଗୋଟିଏ ଅସ୍ତ୍ରୋପଚାର କରାଯିବ ବୋଲି ଏମ୍ସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅସ୍ତ୍ରୋପଚାର ପର୍ଯ୍ୟନ୍ତ ବଳିଆକୁ ସ୍ୱତନ୍ତ୍ର ହେଲମେଟ୍ ପିନ୍ଧିବାକୁ ପଡ଼ିବ।
ଜଗା ବଳିଆ ସ୍ଥାନାନ୍ତର ପ୍ରସଙ୍ଗ : ଏମ୍ସ ନିର୍ଦ୍ଦେଶକଙ୍କୁ ଏନ୍ଏଚ୍ଆର୍ସି ନୋଟିସ୍
/sambad/media/post_attachments/wp-content/uploads/2018/03/Jaga-Balia1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)