ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଦେଶରେ କିନ୍ନରମାନଙ୍କ ଦୁର୍ଦ୍ଦଶାର ପ୍ରତିକାର ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଶାସନ ସଚିବଙ୍କୁ ଜାତୀୟ ମାନବିକ ଅଧିକାର କମିସନ୍ (ଏନ୍ଏଚ୍ଆରସି) ରିପୋର୍ଟ ମାଗିଛନ୍ତି। ସୁପ୍ରିମ୍କୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଫାଇଲ୍ କରିଥିବା ପିଟିସନ୍ ଆଧାରରେ ଏନ୍ଏଚ୍ଆରସି ଏହି ଆଦେଶ ଜାରି କରିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ରିପୋର୍ଟ ପଠାଇବାକୁ ଏନ୍ଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ସମୟରେ କିନ୍ନରମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ସହିତ ଜୀବନର ମୌଳିକ ଆବଶ୍ୟକତାଠାରୁ ବଞ୍ଚିତ ହେଉଥିବା ନେଇ ଶ୍ରୀ ତ୍ରିପାଠୀ ଏନ୍ଏଚ୍ଆରସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପିଟିସନ୍ରେ କିନ୍ନରମାନଙ୍କ ଅଧିକାର ସୁରକ୍ଷିତ ରଖିବା ନିମନ୍ତେ ସୁପ୍ରିମ୍ କୋର୍ଟ ଦେଇଥିବା ‘ଏନ୍ଏଏଲ୍ଏସ୍ଏ’ ପ୍ରଣୟନ କରିବାରେ ରାଜ୍ୟମାନେ ବିଫଳ ହୋଇଥିବା କଥା ସେ ଦର୍ଶାଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ରାଜ୍ୟ ପ୍ରଶାସନିକ ବିଫଳତା ହିଁ କିନ୍ନରମାନଙ୍କ ମାନବିକ ଅଧିକାର ଉଲ୍ଲଂଘନ ପାଇଁ ଦାୟୀ ବୋଲି ତ୍ରିପାଠୀ ଅଭିଯୋଗ କରିଛନ୍ତି।
କିନ୍ନରମାନଙ୍କ ଦୁର୍ଦ୍ଦଶାର ପ୍ରତିକାର ଲାଗି କି ପଦକ୍ଷେପ ନିଆଯାଇଛି? ସବୁ ରାଜ୍ୟକୁ ରିପୋର୍ଟ ତଲବ କଲେ ଏନ୍ଏଚ୍ଆରସି
/sambad/media/post_attachments/wp-content/uploads/2020/02/nhrc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)