ଶତାଧିକ ଶିଶୁ ମୃତ୍ୟୁ ନେଇ ରାଜସ୍ଥାନ ସରକାରଙ୍କୁ ନୋଟିସ୍‌ ପଠାଇଲା ଏନ୍‌ଏଚ୍‌ଆର୍‌ସି

ଜୟପୁର: ଡିସେମ୍ବର ଆରମ୍ଭରୁ  ନେଇ ଏଯାବତ୍‌ ରାଜସ୍ଥାନର ଜେକେ ଲୋନ୍‌ ହସ୍ପିଟାଲ୍‌ରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୦ ଟପିବା ପରେ ରାଜସ୍ଥାନ ସରକାରଙ୍କୁ ଶୁକ୍ରବାର ନେସ୍‌ନାଲ୍‌ ହ୍ୟୁମାନ ରାଇଟ୍ସ କମିସନ(ଏନ୍‌ଏଚ୍‌ଆର୍‌ସି)ଙ୍କ  ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।  ଶିଶୁ ମୃତ୍ୟୁ ବଢ଼ିବା ଚିନ୍ତାର କାରଣ ବୋଲି ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ମତ ଦିଆଯାଇଛି । ଆହୁରି ବି କୁହାଯାଇଛି ଯେ ରାଜ୍ୟ ନିଜର ନାଗରିକମାନଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ପାଇଁ ଅଙ୍ଗୀକାରବଦ୍ଧ ରହିବା ଉଚିତ। କମିସନଙ୍କ ପକ୍ଷରୁ ରାଜ୍ୟର ମୁଖ୍ୟସଚିବଙ୍କ ନିକଟକୁ ଜାରି ହୋଇଥିବା ନୋଟିସ୍‌ରେ ଚାରି ସପ୍ତାହ ମଧ୍ୟରେ ଶିଶୁ ମୃତ୍ୟୁ ନେଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଉଲ୍ଳେଖଯୋଗ୍ୟ, ୨୦୧୯ ମସିହାରେ ଜେକେ ଲୋନ୍‌ ହସ୍ପିଟାଲ୍‌ରେ ୯୬୩ ଜଣ ଶିଶୁଙ୍କର ମୃତ୍ୟୁ ଘଟଛି। କେବଳ ଡିସେମ୍ବର ମାସରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି।

OpIndia

ହସ୍ପିଟାଲ୍‌ର ଅବହେଳା ହେତୁ ଶିଶୁ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଥିଲେ ବି ହସ୍ପିଟାଲ୍‌ ପକ୍ଷରୁ କିନ୍ତୁ ଏହାକୁ ଅସ୍ବୀକାର କରାଯାଇଛି। ଶିଶୁମାନଙ୍କର ଅବସ୍ଥା ଗୁରୁତର ଥିବା ହେତୁ ସେମାନଙ୍କୁ ବଞ୍ଚାଇ ହେଉ ନାହିଁ ବୋଲି ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

ଏପଟେ ନିକଟ ଅତୀତରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ହସ୍ପିଟାଲ୍‌ ବୁଲି ସ୍ଥିତି ପରଖିବା ସହ ହସ୍ପିଟାଲ୍‌ରେ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ଡାକ୍ତରୀ ଉପକରଣର ଅଭାବ ରହିଛି ବୋଲି କହିଥିଲେ। ପୁୁରୁଣା ହୋଇଯାଇଥିବା ଉପକରଣଗୁଡ଼ିକ ଆଉ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ ବୋଲି ମତ ରଖି ୧୫ ଦିନ ମଧ୍ୟରେ ଡାକ୍ତରଖାନାରେ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ହେବ ବୋଲି  ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର