ନୂଆଦିଲ୍ଲୀ: ଚଳିତ ଅକ୍ଟୋବର ୭ ତାରିଖ ଦିନ ଓଡ଼ିଶା ରାଜଭବନ ନିକଟରେ ଥିବା ଏକ ପେଟ୍ରୋଲ୍ ପମ୍ପ୍ରେ ଘଟିଥିବା ବିସ୍ଫୋରଣ ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଜାତୀୟ ମାନବ ଅଧିକାର କମିସନ ଭାରତ ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟର ସଚିବ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି।
ସୁପ୍ରିମ୍ କୋର୍ଟ ଓକିଲ ତଥା ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନ୍ ଆଧାରରେ ‘ଏନ୍ଏଚ୍ଆର୍ସି’ ଉପରୋକ୍ତ ସରକାରୀ ଅଧିକାରୀଙ୍କୁ ରିପୋର୍ଟ ଦାଖଲ ନିମନ୍ତେ ଚାରି ସପ୍ତାହ ସମୟ ଦେଇଛନ୍ତି।
Image Courtesy of Gorkha Patraଏହି ବିସ୍ଫୋରଣରେ ସାଙ୍ଘାତିକ ଆହତ ହୋଇ ଚିକିତ୍ସାଧୀନ ଥିବା ଗଞ୍ଜାମର ସତ୍ୟ ନାୟକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ଲକ୍ଷ୍ନୌର ୪୦ ବର୍ଷିୟ ରିପୁ ଦାମନ ଚିକିତ୍ସାଧୀନ ଅଛନ୍ତି।
ସମ୍ପୃକ୍ତ ପେଟ୍ରୋଲ୍ ପମ୍ପ୍ର ଅନ୍ୟତମ କର୍ମଚାରୀ ସିମାଞ୍ଚଳଙ୍କର ମଧ୍ୟ ପତ୍ତା ମିଳୁନାହିଁ। ରାଜ୍ୟ ସରକାରୀ ଅଧିକାରୀଙ୍କ ଠାରୁ ମଧ୍ୟ ତାଙ୍କ ସମ୍ପର୍କରେ କୌଣସି ସୂଚନା ପରିବାର ଲୋକଙ୍କୁ ମିଳୁନାହିଁ। ତାଙ୍କୁ କୌଣସି ଡାକ୍ତରଖାନାରେ ନ ପାଇ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ ଦାଏର କରିଛନ୍ତି। ଏହି ଘଟଣାରେ ଆହୁରି କେତେ ଜଣ ନିଖୋଜ ହୋଇଥିବା କୁହାଯାଉଛି। ଏଥିନିମନ୍ତେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ ବୋଲି ଶ୍ରୀ ତିପାଠୀ ପିଟିସନ୍ରେ ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/raj-bhawan-fire.jpg)