ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ନୋଟିସ୍ ଜାରି କରିଛନ୍ତି । କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ନିୟମଗିରି ଅଂଚଳର ପ୍ରାଚୀନ ତଥା ଗରିବ ଆଦିବାସୀମାନଙ୍କୁ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଯାଉନଥିବା ଅଭିଯୋଗ ଉପରେ ଏହି ନୋଟିସ୍ ହୋଇଛି। ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାରୀ କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନ୍ ଆଧାରରେ ଏନ୍ଏଚ୍ଆର୍ସି ନୋଟିସ କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିବା ପାଇଁ ଏନ୍ଏଚ୍ଆର୍ସି ସମୟ ସୀମା ଧାର୍ଯ୍ୟ କରିଛନ୍ତି।
ମୁଖ୍ୟ ଶାସନ ସଚିବ, କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏନ୍ଏଚ୍ଆର୍ସିଙ୍କ ନୋଟିସ
/sambad/media/post_attachments/wp-content/uploads/2020/10/nhrc-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)