‘ଅଣ୍ଡର୍‌ୱାର୍ଲଡ୍‌ ଡନ୍‌’ ଦାଉଦ୍‌ ଇବ୍ରାହିମ୍‌ଙ୍କ ନାଁରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ‘ଏନ୍‌ଆଇଏ’

ମୁମ୍ବାଇ: ‘ଅଣ୍ଡର୍‌ୱାର୍ଲଡ୍‌ ଡନ୍‌’ ଦାଉଦ୍‌ ଇବ୍ରାହିମ୍‌ଙ୍କ ନାଁରେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ ନଗତ ୨୫ ଲକ୍ଷ ଟଙ୍କା ଘୋଷଣା କରିବା ସହିତି ତାଙ୍କର କେତେକ ସହଯୋଗୀଙ୍କ ନାମରେ ମଧ୍ୟ ପୁରସ୍କାର ଘୋଷଣା କରିଛି।

ଚୋରା ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ଡ୍ରଗ୍‌, ଓ ଜାଲ୍‌ ଭାରତୀୟ କାଗଜ ଟଙ୍କା ଚୋରା ଚାଲାଣ କରିବା ଏବଂ ପାକିସ୍ତାନୀ ଗୁଇନ୍ଦା ଏଜେନ୍‌ସି ଓ ଆତଙ୍କବାଦୀ ସଙ୍ଗଠନ ସହିତ ମିଶି ଆତଙ୍କବାଦୀ ଆକ୍ରମଣ କରିବା ନିମନ୍ତେ ଭାରତରେ ୟୁନିଟ୍‌ ସ୍ଥାପନ କରିଥିବା ଇବ୍ରାହିମ୍‌ଙ୍କ ଗ୍ୟାଙ୍ଗ୍‌ ‘ଡି’ କମ୍ପାନି ଉପରେ ଉକ୍ତ ତଦନ୍ତ ସମ୍ପୃକ୍ତ ଅଟେ।

ଇବ୍ରାହିମ୍‌ଙ୍କ ଭାଇ ଅନୀସ୍‌ ଇବ୍ରାହିମ୍‌ ଓରଫ୍ ହାଜି ଆନୀନ୍‌, ଘନିଷ୍ଠ ସହଯୋଗୀ ଜାବେଦ୍‌ ପଟେଲ୍‌ ଓରଫ ଚିକ୍‌ନା, ଶକୀଲ୍‌ ଓର ଛୋଟା ଶକୀଲ୍‌, ଇବ୍ରାହିମ୍‌ ମୁସ୍‌ତାକ୍‌ ଅବ୍‌ଦୁଲ୍‌ ରଜାକ୍‌ ମେମୋନ୍‌ ଓରଫ୍‌ ଟାଇଗର୍‌ ମେନୋନ୍‌ଙ୍କ ନାମର ବି ଏଜେନ୍‌ସି ପୁରସ୍କାର ଘୋଷଣା କରିଛି।

Image Courtesy of CNBCTV18

ଇବ୍ରାହିମ୍‌ଙ୍କ ନାମରେ ଏଜେନ୍‌ସି ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିବା ବେଳେ ଛୋଟା ଶକୀଲ୍‌ଙ୍କ ନାଁରେ ୨୦ ଲକ୍ଷ ଟଙ୍କା, ଅନୀସ୍‌, ଚିକ୍‌ନା ଏବଂ ମେମୋନ୍‌ଙ୍କ ନାମରେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି।

ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ନା‌କ୍ରୋ ଆତଙ୍କବାଦ, ଅଣ୍ଡର୍‌ୱାର୍ଲଡ୍‌ କ୍ରିମିନାଲ୍‌ ସିଣ୍ଡିକେଟ୍, ମନି ଲଣ୍ଡରିଙ୍ଗ୍‌, ‘ଏଫ୍‌ଆଇସିଏନ୍‌’ ପ୍ରସାରଣ, ଆତଙ୍କବାଦ ପାଣ୍ଠି ବୃଦ୍ଧି ପାଇଁ ଜବର ଦଖଲ/ ପ୍ରମୁଖ ସମ୍ପତ୍ତି ଅଧିକାର ଏବଂ ‘ଲଶ୍କର୍‌-ଏ-ତୈବା’, ‘ଜୈଶ୍‌-ଇ-ମହମ୍ମଦ’ ଏବଂ ‘ଅଲ୍‌ କାଏଦା’ ସମେତ ଆନ୍ତର୍ଜାତିକ ଆତଙ୍କବାଦୀ ସଙ୍ଗଠନରେ ସକ୍ରିୟ ସହଯୋଗ ପ୍ରଦାନ କରି କର୍ଯ୍ୟରେ ସେମାନେ ସକ୍ରିୟ ସହଯୋଗ ପ୍ରଦାନରେ ସମ୍ପୃକ୍ତ ଅଟନ୍ତି ବୋଲି ‘ଏନ୍‌ଆଇଏ’ କହିଛି।

ସମ୍ବନ୍ଧିତ ଖବର