୧୪ ଜଣଙ୍କୁ ଗିରଫ କଲା ଏନ୍‌ଆଇଏ

ଆତଙ୍କବାଦୀ ଆକ୍ରମଣ ‌ଯୋଜନା

ଚେନ୍ନାଇ: ଭାରତରେ ଆତଙ୍କବାଦୀ କାଣ୍ଡ ଘଟାଇବା ପାଇଁ ୟୁଏଇରେ ପାଣ୍ଠି ସଂଗ୍ରହ କରୁଥିବା ପ୍ରାୟ ୧୪ ଜଣଙ୍କୁ ନିକଟରେ ୟୁଏଇ ଭାରତକୁ ପ୍ରତ୍ୟର୍ପଣ କରିଥିବା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସେମାନଙ୍କୁ ଗତକାଲି ଗିରଫ କରିଛି। ଉକ୍ତ ୧୪ ଜଣଙ୍କୁ ନୂଆଦିଲ୍ଲୀରୁ ଚେନ୍ନାଇକୁ ସ୍ବତନ୍ତ୍ର ବିମାନ ଯୋଗେ ଅଣାଯାଇଛି। ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଏହି ୧୪ ଜଣିଆ ଗୋଷ୍ଠୀ ଭାରତ‌ରେ ଇସଲାମ୍‌ ଶାସନ ପ୍ରତିଷ୍ଠା କରିବାକୁ ଚାହୁଥିଲେ। ସେମାନେ ୟେମେନ୍‌ର ଅଂସରୁଲା ମୁଭ୍‌ମେଣ୍ଟ୍‌ରୁ ତାଲିମ୍‌ ନେଉଥିଲେ। ଏହି ଗୋଷ୍ଠୀର ସଦସ୍ୟମାନେ ଅଲ୍‌ କାଏଦା ଏବଂ ଆଇଏସ୍‌ ଦ୍ବାରା ଅନୁପ୍ରାଣିତ ହୋଇଥିଲେ।

ସମ୍ବନ୍ଧିତ ଖବର