ନୌସେନା ଗୁପ୍ତଚର ବୃତ୍ତି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ : ଗତ ବର୍ଷ ବିଶାଖାପାଟଣାସ୍ଥିତ ଭାରତୀୟ ନୌସେନା ଘାଟିରେ ହୋଇଥିବା ଗୁପ୍ତଚରବୃତ୍ତି ଘଟଣାର ଚେର ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ଲମ୍ବିଥ#ବା ଏନଆଇଏ ଜାଣିପାରିଛି । ଏହି ଘଟଣାରେ ଏକ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଆଜି ଏନଆଇଏ ମୁମ୍ବାଇରୁ ଗିରଫ କରିଛି । ତା ନାଁ ହେଉଛି ଅବଦୁଲ ରେହେମାନ ଅବଦୁଲ ଜବାର ସେଖ । ତା ଘରୁ ଅନେକ ଆପତ୍ତିଜନକ କାଗଜପତ୍ର ଓ ଡିଜିଟାଲ ଡିଭାଇସ ଜବତ ହୋଇଛି । ଜେରା ବେଳେ ସେ ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ଼ କରୁଥିବା ସ୍ୱୀକାର କରିଛି ।

ଏହି ଘଟଣାରେ ଏହା ପୂର୍ବରୁ ୧୪ ଜଣଙ୍କୁ ଏନଆଇଏ ପକ୍ଷରୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଅବଦୁଲର ପତ୍ନୀ ସାଇସ୍ତା କାଇଜର ଅନ୍ତର୍ଭୁକ୍ତ । ମେ ୧୫ରେ ଏନଆଇଏ ପକ୍ଷରୁ ଏହି ଘଟଣା ସହ ସଂପୃକ୍ତ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ତାର ନାଁ ହେଉଛି ମହମ୍ମଦ ହାରୁନ ହାଜି ଅବଦୁଲ ରେହେମାନ ଲକଡଓ୍ୱାଲା । ତାର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କ ଥିବା ଏନଆଇଏ କହିଛି । ସେ ପାକିସ୍ତାନର କରାଚୀର କେତେକ ବ୍ୟକ୍ତିଙ୍କ ତରଫରୁ ଭାରତୀୟ ନୌସେନା ଅଧିକାରୀଙ୍କ ବ୍ୟାଙ୍କ ଖାତାରେ ଅର୍ଥ ଜମା କରିଥିଲା । ଗତ ବର୍ଷ ନଭେମ୍ବର ମାସରେ ଆନ୍ଧ୍ରପ୍ରଦେଶ ପୁଲିସ ଏହି ଗୁପ୍ତଚର ଘଟଣାର ପର୍ଦ୍ଦାଫାସ କରିଥିଲା । ଏହି ଘଟଣାରେ ସେତେବେଳେ ଏନଆଇଏ ୧୧ ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର