ବାଙ୍ଗାଲୁରୁ : ଆଇଏସ ସହ ସଂପୃକ୍ତି ଅଭିଯୋଗରେ ଡାକ୍ତରକୁ ଗିରଫ କଲା ଏନଆଇଏ

ବାଙ୍ଗାଲୁରୁ : ଆଇଏସ ସଂପର୍କିତ ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟ ଖୋରାସାନ ପ୍ରୋଭିନ୍ସ ସହ ସଂପୃକ୍ତ ଥିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ଜଣେ ଡାକ୍ତରକୁ ଗିରଫ କରିଛି । ଅବଦୁର ରେହେମାନ ନାମକ ଏହି ୨୮ ବର୍ଷୀୟ ଡାକ୍ତର ନିଜର ଡାକ୍ତରୀ ବିଦ୍ୟାକୁ ଆତଙ୍କବାଦୀ ମାନଙ୍କ ସହାୟତାରେ ବ୍ୟବହାର କରୁଥିବା ପ୍ରମାଣ ମିଳିବା ପରେ ତାକୁ ପୁଲିସ ଗିରଫ କରିଛି ।

ଆହତ ଆଇଏସ ଆତଙ୍କବାଦୀଙ୍କ ସହାୟତା ଓ ସୁବିଧା ପାଇଁ ସେ କେତେକ ଆପ ପ୍ରସ୍ତୁତ କରୁଥିଲା । ବିଶେଷକରି ରାସାୟନିକ ଅସ୍ତ୍ରପ୍ରସ୍ତୁତି ଦିଗରେ ସେ ନିଜର ଜ୍ଞାନର ଉପଯୋଗ କରୁଥିଲା । ତାର ଗିରଫଦାରି ପରେ ବାଙ୍ଗାଲୁରୁ ପୁଲିସ ଓ ଏନଆଇଏ ପକ୍ଷରୁ ବାଙ୍ଗାଲୁରୁର ୩ଟି ସ୍ଥାନରେ ଚଢଉ କରାଯାଇ ଲାପଟପ, ମୋବାଇଲ ଫୋନ ସମେତ ଆଉ କେତେକ ଡିଜିଟାଲ ଉପକରଣ ଜବତ କରାଯାଇଛି । ସେ ୨୦୧୪ରେ ସିରିଆରେ ଥିବା ଆଇସିସ ମେଡିକାଲ କ୍ୟାମ୍ପ ପରିଦର୍ଶନ କରିଥିଲା ବୋଲି ଏନଆଇଏ କହିଛି ।

ସମ୍ବନ୍ଧିତ ଖବର