ଦୁର୍ଦ୍ଦାନ୍ତ ମାଓ ନେତା କୁନ୍ଦନ ପହାନଙ୍କୁ ଜେଲରେ ଥାଇ ବିଧାନସଭା ନିର୍ବାଚନ ଲଢ଼ିବାର ଅନୁମତି ଦେଲା ଏନ୍ଆଇଏ ଅଦାଲତ

ରାଞ୍ଚି: ସୋମବାର ଏନ୍ଆଇଏ ଅଦାଲତ ଏକ କୁଖ୍ୟାତ ମାଓନେତା ନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦେଇଛନ୍ତି। ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ ଜେଲରେ ଥିବା ମାଓବାଦୀ କୁନ୍ଦନ ପହାନଙ୍କୁ ଏବେ ନିର୍ବାଚନ ଲଢ଼ିବା ପାଇଁ ଏନ୍ଆଇଏ ଅଦାଲତ ଅନୁମତି ଦେବା ଚର୍ଚ୍ଚାର ବିଷୟ ପାଲଟିଛି। କୁନ୍ଦନ ଅନେକ ହତ୍ୟାକାଣ୍ଡରେ ସାମିଲ ଥିବା ବେଳେ ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ ରମେଶ ସିଂହ ମୁଣ୍ଡାଙ୍କୁ ମଧ୍ୟ ସେ ହତ୍ୟା କରିଥିଲେ। ଏବେ ସେ ଜେଲରେ ଥିବା ବେଳେ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସେ ଅଦାଲତକୁ ଅନୁରୋଧ କରିଥିଲେ।

କୁନ୍ଦନ ପହାନଙ୍କ ଓକିଲଙ୍କ କହିବା ଅନୁଯାୟୀ, ଲୋକଙ୍କ ସେବା କରିବା ପାଇଁ କୁନ୍ଦନ ପହାନ ନିର୍ବାଚନରେ ଲଢ଼ିବାର ଅନୁମତି ମାଗିଥିଲେ। ଯାହା ପରେ ଏନ୍ଆଇଏ ଅଦାଲତ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦେଇଛନ୍ତି। ଆସନ୍ତା ନଭେମ୍ବର ୧୫ରେ ସେ ନାମାଙ୍କନ ପତ୍ର ଦାଖଲ କରିବା ସହ ତମାର ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ିବେ।

Jailed Maoist Kundan Pahan
newindianexpress.com

ସୂଚନା ମୁତାବକ, କୁନ୍ଦନଙ୍କୁ  ଝାଡ଼ଖଣ୍ଡ ସରକାର  ଧରିବା ପାଇଁ ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। କିନ୍ତୁ ୨୦୧୭ରେ  ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲେ କୁନ୍ଦନ। ଅନେକ ପୁଲିସ ଅଫିସରଙ୍କୁ କୁନ୍ଦନ ହତ୍ୟା କରିଥିବା ବେଳେ ଏକ ବ୍ୟାଙ୍କ ଗାଡ଼ିକୁ ଲୁଟ୍ କରିଥିଲେ। ୧୨୮ଟି ଅପରାଧିକ ମାମଲାରେ ସାମିଲ ହେବା ପରେ ଏବେ କୁନ୍ଦନ ହଜାରିବାଗ୍ ଜେଲର ମୁକ୍ତ କାରାଗାରରେ ବନ୍ଦୀ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର