ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଅଭିଯୋଗରେ କାଶ୍ମୀରର ୩ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରି ରିମାଣ୍ଡରେ ନେଲା ଏନଆଇଏ

0

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଆସିଆ ଅନ୍ଦ୍ରାବି, ମସରତ ଆଲମ ଓ ସବିର ଶାହଙ୍କୁ ଗିରଫ କରିଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିବା ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଏମାନଙ୍କୁ ଦିଲ୍ଲୀର ଏକ କୋର୍ଟରେ ହାଜିର କରାଯାଇଥିଲା । କୋର୍ଟ ସେମାନଙ୍କୁ ୧୦ ଦିନ ପାଇଁ ଏନଆଇଏ ହାଜତକୁ ପଠେଇଦେଇଛନ୍ତି । ତେବେ ଆସିଆ ଓ ଶାହ ପୂର୍ବରୁ ଅନ୍ୟ କେତେକ ମାମଲାରେ ଜେଲରେ ଥିବା ବେଳେ ଆଲମଙ୍କୁ କାଶ୍ମୀରରୁ ଟ୍ରାଞ୍ଜିଟ ରିମାଣ୍ଡରେ ଏନଆଇଏ ଆଣିଛି ।

ଭାରତ ଆତଙ୍କବାଦ ପାଇଁ ବିଭିନ୍ନ ସଂଗଠନଙ୍କୁ ଅର୍ଥ ଯୋଗାଉଥିବା ଅଭିଯୋଗରେ ଏନଆଇଏ ଗତ ବର୍ଷ ଅର୍ଥାତ ୨୦୧୮ରେ କାଶ୍ମୀରର ୧୦ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ କରିଥିଲା । ଏହା ସହିତ ଆତଙ୍କବାଦୀ ସୟଦ ସଲାଉଦ୍ଦିନ ଓ ହାଫିଜ ସଇଦ ବିରୋଧରେ ମଧ୍ୟ ଅଭିଯୋଗପତ୍ର ଦାଖଲ କରିଥିଲା । ଏହି ୧୦ ଜଣଙ୍କ ବିରୋଧରେ ଇଡି ମଧ୍ୟ ଏକ ମାମଲା ଦାଏର କରିଛି ।

ସମ୍ବନ୍ଧିତ ଖବର