ଅମ୍ବାନୀଙ୍କ ଘର ବାହାରେ ବୋମା ଆତଙ୍କ ଘଟଣା: ହତ୍ୟା ଆରୋପ ଲାଗିବା ପରେ ଦୁନିଆରୁ ବିଦାୟ ନେବାର ସମୟ ଆସିଲାଣି ବୋଲି ଲେଖିଲେ ପୁଲିସକର୍ମୀ

ମୃତ ଗାଡ଼ି ମାଲିକଙ୍କ ପତ୍ନୀ ଲଗାଇଥିଲେ ହତ୍ୟା ଅଭିଯୋଗ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବା‌ସଭବନ ଆଣ୍ଟିଲିଆ ବାହାରେ ଗତ ଫେବ୍ରୁଆରି ୨୫ ତାରିଖରେ ବିସ୍ଫୋରକ ଭର୍ତ୍ତି ଥିବା ଏକ ସ୍କର୍ପିଓ ଚିହ୍ନଟ ହୋଇଥିଲା। ଏହାର କିଛି ଦିନ ପରେ ମାର୍ଚ୍ଚ ୬ରେ ସ୍କର୍ପିଓ ମାଲିକ ମନସୁଖ ହିରେନ୍‌ଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହୋଇଯାଇଥିଲା। ମନସୁଖ ହିରେନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ପୁଲିସ ଅଫିସର ସଚିନ ବଜେଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଥିଲେ। ତେବେ ଏଭଳି ଅଭିଯୋଗ ପରେ ପୁଲିସ ଅଫିସର ସଚିନ ବଜେ ଦୁନିଆରୁ ବିଦାୟ ନେବାର ସମୟ ଆସିଲାଣି ବୋଲି ହ୍ବାଟସଆପ ଷ୍ଟାଟସରେ ଲେଖିଛନ୍ତି। ତାଙ୍କର ଏଭଳି ଷ୍ଟାଟସ ଏବେ ଘଟଣାକୁ ଆହୁରି ଗମ୍ଭୀର କରିଛି।

Ambani Bomb Scare Case: Top Cop Sachin Vaze Removed from Mumbai Crime Branch
The Wire

ସଚିନ ବଜେ ନିଜ ହ୍ବାଟସଆପ ଷ୍ଟାଟସରେ ଲେଖିଛନ୍ତି ଯେ, ମାର୍ଚ୍ଚ ୩, ୨୦୦୪, ସିଆଇଡିର ସହକର୍ମୀମାନେ ମୋତେ ଏକ ମିଥ୍ୟା ମାମଲାରେ ଗିରଫ କରିଥିଲେ। ସେହି ଗିରଫର କାରଣ ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ। ଏବେ ପୁଣି ଇତିହାସର ପୁନରାବୃତ୍ତି ହେବାକୁ ଯାଉଛି। ମୋର ସହକର୍ମୀମାନେ ମୋତେ ମିଥ୍ୟା ଜାଲରେ ପକାଇବାକୁ ଯାଉଛନ୍ତି। ପରିସ୍ଥିତିରେ ସାମାନ୍ୟ ପାର୍ଥକ୍ୟ ଅଛି। ସେତେବେ‌ଳେ ବୋଧହୁଏ ମୋ ପାଖରେ ୧୭ବର୍ଷର ଆଶା, ‌ଧୈର୍ଯ୍ୟ, ଜୀବନ ଏବଂ ଚାକିରି ମଧ୍ୟ ଥିଲା। ବର୍ତ୍ତମାନ ମୋର ଆଉ ୧୭ବର୍ଷର ଜୀବନ ନାହିଁ କିମ୍ବା ସେବା କିମ୍ବା ବଞ୍ଚିବା ପାଇଁ ଧୈର୍ଯ୍ୟ ନାହିଁ। ମୁଁ ଭାବୁଛି ଦୁନିଆରୁ ବିଦାୟ ନେବାର ସମୟ ପାଖେଇ ଆସୁଛି।

ସମ୍ବନ୍ଧିତ ଖବର