ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ବର୍ତ୍ତମାନ ଏନଆଇଏ ହେପାଜତରେ ଅଛି। ସୂତ୍ର ଅନୁଯାୟୀ, ଶୁକ୍ରବାର ତାକୁ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା, କିନ୍ତୁ ସେ ଅସୁସ୍ଥତା ଦର୍ଶାଇ ତଦନ୍ତରେ ସହଯୋଗ କରୁନଥିବା ଜଣାଯାଇଛି। ତହବୁରକୁ ପଚରାଉଚରା ସକାଳ ୧୧.୧୫ ରେ ଆରମ୍ଭ ହୋଇଥିଲା। ରାତି ପ୍ରାୟ ୧୧.୧୦ ସମୟରେ ତାକୁ ତାଙ୍କ କୋଠରୀରୁ ବାହାର କରି ପଚରାଉଚରା କୋଠରୀକୁ ନିଆଯାଇଥିଲା।
ପୂର୍ବରୁ, ସକାଳ ୧୦.୩୦ ରୁ ୧୧ ଟା ମଧ୍ୟରେ ଏନଆଇଏ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ତହବୁରକୁ ପଚରାଉଚରା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସୂତ୍ର ଅନୁଯାୟୀ, ତହବୁର ଜେରା ସମୟରେ ତା ଅସୁସ୍ଥତାର କାରଣ ଦର୍ଶାଇ ତଦନ୍ତକୁ ଏଡାଇବାକୁ ଚେଷ୍ଟା କରୁଛି। ଆମେରିକାରୁ ପ୍ରତ୍ୟର୍ପଣ ପରେ କୋର୍ଟ ରାଣାକୁ ୧୮ ଦିନିଆ ଏନଆଇଏ ହେପାଜତକୁ ପଠାଇ ଦେଇଥିଲେ। ଏହା ପରେ ତାକୁ ଶୁକ୍ରବାର ସକାଳେ ଏନଆଇଏ ମୁଖ୍ୟାଳୟକୁ ଅଣାଯାଇଥିଲା।
ସୂତ୍ର ଅନୁଯାୟୀ, ତହବୁର ଜେରା ସମୟରେ ତା ଅସୁସ୍ଥତାର କାରଣ ଦର୍ଶାଇ ତଦନ୍ତକୁ ଏଡାଇବାକୁ ଚେଷ୍ଟା କରୁଛି। ଆମେରିକାରୁ ପ୍ରତ୍ୟର୍ପଣ ପରେ କୋର୍ଟ ରାଣାକୁ ୧୮ ଦିନିଆ ଏନଆଇଏ ହେପାଜତକୁ ପଠାଇ ଦେଇଥିଲେ। ଏହା ପରେ ତାକୁ ଶୁକ୍ରବାର ସକାଳେ ଏନଆଇଏ ମୁଖ୍ୟାଳୟକୁ ଅଣାଯାଇଥିଲା।
ଭାରତରେ ଆତଙ୍କବାଦୀ ନେଟୱାର୍କ ଏବଂ ୨୬/୧୧ ଆକ୍ରମଣର ଷଡ଼ଯନ୍ତ୍ର ସହ ଜଡିତ ସମସ୍ତ ଦିଗ ଉପରେ ଏନଆଇଏ ତହବୁର ଠାରୁ ସୂଚନା ପାଇବାକୁ ଚାହୁଁଛି। ତହୱୁର ରାଣା ଉପରେ ଡେଭିଡ୍ କୋଲମ୍ୟାନ୍ ହେଡଲି, ଲସ୍କର-ଏ-ତୈବା , ହରକତ-ଉଲ-ଜିହାଦି ଇସଲାମି (ହୁଜି) ଏବଂ ଅନ୍ୟାନ୍ୟ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ମିଶି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚନା କରିବାର ଅଭିଯୋଗ ଅଛି।