ପୁଲ୍‌ୱାମାରେ ଏନ୍‌ଆଇ ତଦନ୍ତ ଜାରି, କଲ୍‌ ଡିଟେଲ୍‌ରୁ ମିଳୁଛି ପାକିସ୍ତାନ ଲିଙ୍କ୍‌

ଶ୍ରୀନଗର: ପୁଲୱାମା ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ତା’ର ଯାଞ୍ଚ ପରିସରକୁ ବ୍ୟାପକ କରିଛି। କଲ୍‌ ଡିଟେଲ୍‌ରୁ ପାକିସ୍ତାନ ଲିଙ୍କ୍‌ ନେଇ ଅନେକ ସୁରାକ୍‌ ମିଳୁଥିବା ଜଣାପଡ଼ିଛି। ଆକ୍ରମଣ ପାଇଁ ଏତେ ପରିମାଣର ଶକ୍ତିଶାଳୀ ବିସ୍ଫୋରକ କେଉଁଠି ଆସିଲା ସେ ନେଇ ଖୋଳତାଡ଼ ଚାଲିଛି। ଜମ୍ମୁ-କଶ୍ମୀରର ଜାତୀୟ ରାଜପଥରେ ଅବନ୍ତିପୋରା ଅଂଚଳରୁ ୨୦ରୁ ୨୫ କିମି ଭିତରେ ରହିଛି ଆତଙ୍କବାଦୀଙ୍କ ଅପରେସନ ଜୋନ୍‌ । ଏହି କ୍ଷେତ୍ରରେ ଆତଙ୍କବାଦୀମାନେ ଲୁଚି ରହି ସେମାନଙ୍କ ଅପରେସନକୁ ସାକାର କରିଥିଲେ। ଆତଙ୍କବାଦୀଙ୍କର ଏହି ୱାର୍‌ ଜୋନ୍‌ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ସୁରକ୍ଷା ବାହିନୀ ତୟାର ହେଉଛି । ଏଠାରେ ଜୈସ-ଏ-ମହମ୍ମଦର ୩୦ରୁ ଅଧିକ ଆତଙ୍କବାଦୀ ଲୁଚିଥିବା ଖବର ମିଳିଛି। ଆତଙ୍କବାଦୀଙ୍କର ଏକ ସୁରକ୍ଷା କରିଡର ପାମ୍ପୋର ଠାରୁ ପୁଲୱାମା ମଧ୍ୟରେ ରହିଥିବା ଜଣାପଡ଼ିଛି। ସୁରକ୍ଷାକର୍ମୀମାନେ ପାମ୍ପୋର ଠାରୁ ପୁଲୱାମା ମଧ୍ୟରେ ଥିବା ଗାଁଗୁଡ଼ିକରେ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର