ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା: ଏନଆଇଏ କରୁଛି ତଦନ୍ତ

ନେତନ୍ୟହୁଙ୍କ ବୟାନ: ଭାରତ ଉପରେ ପୁରା ଭରସା ଅଛି

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଇସ୍ରାଏଲ୍‌ ଦୂତାବାସ ନିକଟରେ ଆଜି ଅପରାହ୍ନରେ ବିସ୍ଫୋରଣ ଘଟଣା ପରେ ପୁରା ଦିଲ୍ଲୀ ପୁଲିସ ସହ ଗୃହ ମନ୍ତ୍ରାଳୟ ଆଲର୍ଟରେ ରହିଛି | ବିସ୍ଫୋରଣ ବାବଦରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟହୁଙ୍କୁ ଅବଗତ କରାଯାଇଥିବା ବେଳେ ସେ କହିଛନ୍ତି ଯେ ଭାରତ ଉପରେ ପୁରା ଭରସା ଅଛି | ଅନ୍ୟ ପଟେ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦୋଷୀଙ୍କୁ ଛଡ଼ାଯିବ ନାହିଁ | ତେବେ ବିସ୍ଫୋରଣ ପରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ସହ ଆଉ କିଛି ରାଜ୍ୟରେ ସୁରକ୍ଷା ବଢ଼ାଇ ଦିଆଯାଇଛି |

ବିସ୍ଫୋରଣ ପରେ ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିବାବେଳେ ବର୍ତ୍ତମାନ ଏନଆଇଏ(ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସି) ପହଂଚି ତଦନ୍ତ କରୁଛି | ତେବେ ଇସ୍ରାଏଲ ଦୂତାବାସ ପାଖରେ ଏକ ଲଫାଫା ମିଳିଛି | ଯେଉଁଥିରେ ଇସ୍ରାଏଲ ଦୂତାବାସକୁ ନେଇ କିଛି ଲେଖାଯାଇଛି | ଯାଞ୍ଚ ଟିମ ଏବେ ଏହି ଲଫାଫା କୁ ଜବତ କରି ଯାଞ୍ଚ କରୁଛି |

ଏହି ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଇସ୍ରାଏଲ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି | ସୂଚନା ଥାଉ କି ଆଜି ଅପରାହ୍ନ ୫ଟା ତ ମିନିଟରେ ଏହି ବିସ୍ଫୋରଣ ହୋଇଥିଲା | ଏଥିରେ କେହି ଆହତ ହୋଇନଥିଲେ ବି ଦୂତାବାସ ବାହାରେ ଥିବା ୪-୫ଟି କାର କ୍ଷତିଗ୍ରସ୍ତ ହୋଇଛି |

ସମ୍ବନ୍ଧିତ ଖବର