୧୪ ସ୍ଥାନରେ ଏନ୍‌ଆଇଏ ଚଢ଼ଉ

ନୂଆଦିଲ୍ଲୀ : ଛତିଶଗଡ଼ ବସ୍ତରରେ ମାଓବାଦୀ ଏନକାଉଣ୍ଟର ମାମଲାରେ ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଆଜି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ୭ ଜିଲ୍ଲାର ୧୪ଟି ସ୍ଥାନରେ ଚଢ଼ଉ କରିଛି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ, ରାଚକୋଣ୍ଡା, ମେଦକ, ପ୍ରକାସମ, ବିଶାଖାପାଟନାମ, ବିଜୟୱାଡ଼ା ଏବଂ ନେଲ୍ଲୋରରେ ଏନ୍‌ଆଇଏ ଚଢ଼ଉ କରିଛି।

ଚଢ଼ଉ ସମୟରେ ଏନ୍‌ଆଇଏ କିଛି ଡିଜିଟାଲ୍‌ ଉପରକରଣ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ୨୦୧୯ ଜୁଲାଇ ୨୮ ତାରିଖର ଏହି ମାମଲା। ସିପିଆଇ (ମାଓବାଦୀ) କାଡର ଏବଂ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍‌ ମଧ୍ୟରେ ଗୁଳି ବିନିମୟ ହୋଇ ୬ ମାଓବାଦୀ ନିପାତ ହୋଇଥିଲେ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏନ୍‌ଆଇଏ ଏହି ମାମଲାର ତଦନ୍ତ କରୁଥିବାବେଳେ ଆଜି ଏହି ମାମଲାରେ ୧୪ଟି ସ୍ଥାନରେ ଚଢ଼ଉ କରିଛି।

ସମ୍ବନ୍ଧିତ ଖବର