ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆଜି ଏନଆଇଏ(ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସି) ବଡଧରଣର ଚଢ଼ାଉ ଜାରି ରଖିଛି | ଜାମ୍ମୁ କାଶ୍ମୀରର ଅନନ୍ତନାଗ ସମେତ ଏନଆଇଏ ବର୍ତ୍ତମାନ ଅନେକ ସ୍ଥାନରେ ଚଢ଼ାଉ କରୁଛି। ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସମ୍ପର୍କ ଥିବା ଅଭିଯୋଗରେ ଏନଆଇଏ ଏହି ଚଢ଼ାଉ ସମୟରେ ପାଞ୍ଚ ଜଣଙ୍କୁ ଗିରଫ କରିଛି।

Advertisment

ଜାଣିବାକୁ ମିଳିଛି ଯେ ଏହି ୫ଜଣ ଆଫଗାନିସ୍ତାନ ଯିବାକୁ ଚେଷ୍ଟା କରୁଥିଲେ। ଏନଆଇଏ ଦାରୁଲ ଉଲୁମ ପ୍ରତିଷ୍ଠାନ ଉପରେ ମଧ୍ୟ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ଲାପଟପ୍ ସମେତ ଅନେକ ଡକ୍ୟୁମେଣ୍ଟ ଜବତ କରିଛି। ଦାରୁଲ ଉଲୁମ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ମଧ୍ୟ ଗିରଫ କରାଯାଇଛି।