କଟକରେ ଏନ୍‌ଆଇଏ ଚଢ଼ାଉ : ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତି ସନ୍ଦେହରେ ଜଣେ ଗିରଫ

କଟକ: ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତି ସନ୍ଦେହରେ ନ୍ୟାସନାଲ୍‌ ଇନଭେଷ୍ଟିଗେସନ୍‌ ଏଜେନ୍ସି (ଏନଆଇଏ) ବୁଧବାର କଟକ ଜିଲ୍ଲା କିଶନ ନଗର ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଭଡ଼ା ରହୁଥିବା ଅଖତର ହୁସେନ ଖାଁଙ୍କୁ ଗିରଫ କରିଛି। ତାଙ୍କୁ ଆଜି କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନିଆଯିବ ବୋଲି ଜଣାପଡ଼ିଛି।

କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଭଡ଼ା ରହୁଥିବା ଅଖତର ହୁସେନ ଖାଁଙ୍କ ଘରେ ଆଜି ଭୋର ସମୟରେ ଓଡ଼ିଶା ପୁଲିସ ସହାୟତାରେ କୋଲକାତାରୁ ଆସିଥିବା ଏନଆଇଏର ୬ ଅଧିକାରୀ ଚଢ଼ାଉ କରିଥିଲେ। ଖାଁଙ୍କ ଘର ସାଲେପୁର ଅନ୍ତର୍ଗତ ନେମାଳ ହୋଇଥିବା ବେଳେ ସେ ପ୍ରାୟ ଦେଢ଼ ବର୍ଷ ହେବ ସାମନ୍ତରାପୁର ଗ୍ରାମରେ ଘର ଭଡ଼ା ନେଇ ରହୁଥିଲେ। ଏନଆଇଏର ଅଧିକାରୀମାନେ ଦୀର୍ଘ ସାଢ଼େ ୪ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରିବା କରିବା ପରେ ଗିରଫ କରିଥିବାର ସୂଚନା ମିଳିଛି। ଅଖତର ହୁସେନ ଖାଁ ବହୁ ବାର ସାଉଦୀ ଆରବ ଗସ୍ତ କରିଥିବା ଏନଆଇଏ ଟିମ୍‌ ଜାଣିବାକୁ ପାଇଛି। ସେ ଦେଶ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର