ଦିଲ୍ଲୀ ଓ ଉତ୍ତର ପ୍ରଦେଶର ୧୬ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ: ଆଇଏସ୍‌ଆଇଏସ୍‌ ସଂଗଠନରେ ସମ୍ପୃକ୍ତ ୫ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ଏବଂ ଉତ୍ତର ପ୍ରଦେଶର ଆଣ୍ଟି-ଟେରର୍‌ ସ୍କ୍ଵାଡ୍‌ଙ୍କ ମିଳିତ ଅଭିଯାନ ଯୋଗୁଁ ନୂତନ ଆଇଏସ୍‌ଆଇଏସ୍‌ ସଂଗଠନ ସହ ସମ୍ପୃକ୍ତ ବୋଲି କୁହାଯାଉଥିବା ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବୁଧବାର ଦିନ ଉତ୍ତର ପ୍ରଦେଶର ଆମରୋହା ଠାରେ ଗିରଫ କରାଯାଇଛି। ଆଜି ପୂର୍ବାହ୍ନରେ ଏହି ମିଳିତ ଦଳ ୧୬ଟି ସ୍ଥାନରେ ଚଢ଼ାଉ କରିଥିଲା।

‘ହର୍‌କଡ୍‌-ଉଲ୍‌-ହରବ-ଏ-ଇସ୍‌ଲାମ୍‌’ ନାମକ ଏକ ନୂତନ ଆଇଏସ୍‌ଆଇଏସ୍‌ ସଂଗଠନ ସଂକ୍ରାନ୍ତରେ ସୂଚନା ପାଇବା ପରେ ଚଢ଼ାଉ କରାଯାଇ ଥିଲା।

ଉତ୍ତର ପ୍ରଦେଶ ଏଟିଏସ୍‌ର ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ଅସୀମ ଅରୁଣ ନିଶ୍ଚିତ କରି କହିଛନ୍ତି ଯେ ଆତଙ୍କ ଦଳ ସହ ସମ୍ପୃକ୍ତ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜଣେ ବ୍ୟକ୍ତିଙ୍କୁ ଆମରୋହାର ଏକ ମଦ୍ରାସାରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଚାରି ଜଣଙ୍କୁ ଅନ୍ୟ ସ୍ଥାନଗୁଡ଼କରୁ ଗିରଫ କରାଯାଇଛି।

ଅଭିଯାନରେ ସମ୍ପୃକ୍ତ ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଗିରଫ ବ୍ୟକ୍ତିମାନେ ଆଇଏସ୍‌ଆଇଏସ୍‌ ସଂଗଠନ ହର୍‌କତ୍‌-ଉଲ୍‌-ହରେବ୍‌-ଏ-ଇସ୍‌ଲାମ୍‌’ ସହ ସଂଶ୍ଳିଷ୍ଟ।

ସେମାନଙ୍କ ଠାରୁ ବିସ୍ଫୋରକ ଦ୍ରବ୍ୟ ମଧ୍ୟ ଜବତ କରାଯାଇଥିବା କଥା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର