ଶ୍ରୀଲଙ୍କା ବିସ୍ଫୋରଣ ଘଟଣାରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ସମ୍ପୃକ୍ତି: କୋଏମ୍ବାଟୁର୍‌ର ୭ଟି ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ଚେନ୍ନାଇ: ସହରର ଇସ୍‌ଲାମିକ୍‌ ଷ୍ଟେଟ୍‌ ଅନୁବନ୍ଧିତ କୌଣସି ସଙ୍ଗଠନ ଏବଂ ୨୫୦ ଲୋକ ନିହତ ହୋଇଥିବା ଶ୍ରୀଲଙ୍କା ଇଷ୍ଟର୍‌ ବୋମା ବିସ୍ଫୋରଣ ମଧ୍ୟରେ ସମ୍ପର୍କ ଥିବା ସନ୍ଦେହରେ ବୁଧବାର ଦିନ ତାମିଲନାଡୁର କୋଏମ୍ବାଟୁର୍‌ର ସାତଟି ସ୍ଥାନରେ ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ଚଢ଼ାଉ କରିଛି।

ବୁଧବାର ସକାଳ ୬ଟା ବେଳେ ଆରମ୍ଭ ହୋଇଥିବା ଏହି ଚଢ଼ାଉକୁ ୭ ଜଣ ଡିଏସ୍‌ପି ତଦାରଖ କରୁଛନ୍ତି।

ସମ୍ପୃକ୍ତ ସ୍ଥାନଗୁଡ଼ିକର ଶ୍ରୀଲଙ୍କା ବିସ୍ଫୋରଣ ସହ କିଛି ସାମାଜିକ ଗଣମାଧ୍ୟମ ଯୋଗାଯୋଗ ରହିଛି କି, ନାହିିଁ, ତାହା ମଧ୍ୟ ତଦନ୍ତକାରୀମାନେ ସନ୍ଧାନ କରୁଛନ୍ତି।

କୋଏମ୍ବାଟୁର୍‌ର କର୍ମଚାରୀଙ୍କ ସହ କୋଚିନ୍‌ରୁ ଆସିଥିବା ଏନ୍‌ଆଇଏର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସକାଳୁ ସଦାମ, ଆକବର, ଆକ୍ରମ, ଆଜାରୁଦ୍ଦିନ, ଅଭୁବକ୍କର, ଇଦିୟାତୁଲ୍ଲା ଏବଂ ସଖିସ୍ମାସ୍‌ ଆଦିଙ୍କ ବାସଭବନ ମଧ୍ୟ ତଲାସ କରାଯାଉଛି।
ଆଠଜଣ ସଦସ୍ୟଙ୍କର ସମସ୍ତ ଲେକ୍ଟ୍ରୋନିକ ଉପକରଣ, କମ୍ପ୍ୟୁଟର୍‌ ଏବଂ ମୋବାଇଲ୍‌ ଆଦି ଯାଞ୍ଚ କରାଯାଉଛି।

Image Source: Mangalore Today

ଏନ୍‌ଆଇଏ ସୂତ୍ରରୁ ଜଣାପଡ଼ିଛି ଯେ ଏଇ ଲୋକମାନେ ବୋମା ବିସ୍ଫୋରଣରେ ସମ୍ପୃକ୍ତ ନିଷିଦ୍ଧ ଶ୍ରୀଲଙ୍କୀୟ ମୁସ୍‌ଲିମ୍‌ ସଂସ୍ଥାନ ‘ଏଟିଜେ’ର ଫେସ୍‌ବୁକ୍‌ ଅନୁଗାମୀ ଥିଲେ।

ଶ୍ରୀଲଙ୍କା ବିସ୍ଫୋରଣରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ଅନୁବନ୍ଧିତ ସଙ୍ଗଠନର ସମ୍ପୃକ୍ତି ସଂକ୍ରାନ୍ତରେ ତଦନ୍ତ କରିବାକୁ କିଛି ସପ୍ତାହ ତଳେ ଏନ୍‌ଆଇଏ ଟିମ୍‌ ଶ୍ରୀଲଙ୍କା ଗସ୍ତ କରିଥିଲା।

ସମ୍ବନ୍ଧିତ ଖବର