ନୂଆଦିଲ୍ଲୀ : ପିଏଫ୍ଆଇ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଶନିବାର ଦିନ ରାଜସ୍ଥାନରେ ୭ଟି ସ୍ଥାନରେ ଚଢ଼ଉ କରିଛି। ମାମଲାରେ ସନ୍ଦିଗ୍ଧଙ୍କ ଘର ଏବଂ ବ୍ୟବସାୟିକ ପରିସରରେ ଚଢ଼ଉ ହୋଇଛି। ରାଜସ୍ଥାନର ସାୱାଇ, ମାଧୋପୁର, ଭିଲୱାଡ଼ା, ବୁନ୍ଦି ଏବଂ ଜୟପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ସ୍ଥାନ ଏବଂ କୋଟାରେ ୩ଟି ସ୍ଥାନରେ ଏହି ମାମଲାରେ ଚଢ଼ଉ ହୋଇଛି। ସେମାନେ ଡିଜିଟାଲ ଡିଭାଇସ, ଏୟାର ଗନ୍ , ଧାରୁଆ ଅସ୍ତ୍ର ଜବତ କରିଛନ୍ତି ବୋଲି ଏନ୍ଆଇଏ କହିଛି। ଉକ୍ତ ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ ସେପ୍ଟେମ୍ବର ୧୯ରେ ଏହି ପିଏଫ୍ଆଇ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଥିଲା।
ରାଜସ୍ଥାନର ୭ ସ୍ଥାନରେ ଏନ୍ଆଇଏ ଚଢ଼ଉ
/sambad/media/post_attachments/wp-content/uploads/2022/12/nia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)