ଜମ୍ମୁ କଶ୍ମୀରରେ ଏନଆଇଏର ବଡ଼ ଧରଣର ଚଢ଼ଉ: ସଂଖ୍ୟାଲଘୁ ହତ୍ୟା ଓ ଆତଙ୍କବାଦୀ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ

ଶ୍ରୀନଗର: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ଜମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି କରାଯାଇଥିବା ଆକ୍ରମଣ ଓ ସଂଖ୍ୟାଲଘୁଙ୍କ ହତ୍ୟା ଘଟଣାରେ ଚଢ଼ଉ କରିଛି । ଗତ ବର୍ଷ ଏ ନେଇ ଦାଖଲ ହୋଇଥିବା ଏଫ୍ଆଇଆର୍ ଆଧାରରେ ଆଠଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ଏନଆଇଏ ପଚରାଉଚରା ଲାଗି ୬ ଜଣଙ୍କୁ ଉଠାଇ ନେଇଥିବା ସୂଚନା ରହିଛି।

ଏହି ୬ଜଣ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଓ ଆତଙ୍କବାଦୀ ସଂଗଠନ ନିର୍ଦ୍ଦେଶରେ ବିଭିନ୍ନ ଛଦ୍ମନାମ ନାମରେ କାର୍ଯ୍ୟ କରୁଥିବା ସୂଚନା ରହିଛି। ଏଫଆଇଆର ଅନୁଯାୟୀ ବହୁ ବ୍ୟକ୍ତି ଏପରି ଦେଶଦ୍ରୋହୀ କାଯ୍ୟରେ ଲିପ୍ତ ଅଛନ୍ତି।

ଏନ୍ଆଇଏ କହିଛି ଯେ ଏହି ସନ୍ଦିଗ୍ଧମାନେ ଜାମ୍ମୁ କାଶ୍ମୀରରେ ସାଇବର ସ୍ପେସ୍ ବ୍ୟବହାର କରି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାରେ ସମ୍ପୃକ୍ତ ଅଛନ୍ତି। ଗତ ବର୍ଷ ଡିଜିଟାଲ୍ ଡିଭାଇସ୍ ଗୁଡ଼ିକର କରାଯାଇଥିବା ପ୍ରାରମ୍ଭିକ ଅନୁସନ୍ଧାନରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଡିଭାଇସର ଫୋରେନ୍ସିକ୍ ବିଶ୍ଳେଷଣ ପରେ ପାକିସ୍ତାନୀ ସଂସ୍ଥା ଓ ସଂଗଠନ ଏପରି କରୁଥିବା ଜଣାପଡ଼ିଥିଲା।

ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଣ ନେଇ ହୁରିୟାତ୍ ନେତା କାଜି ୟାସିର ଏବଂ ଜାମ୍ମୁ କାଶ୍ମୀର ସାଲଭେସନ୍ ମୁଭମେଣ୍ଟ ଚେୟାରମ୍ୟାନ୍ ଜାଫର ଭଟଙ୍କ ଘରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢ଼ଉ କରିବାର ଏକ ସପ୍ତାହ ପରେ ଏନଆଇଏ ପକ୍ଷରୁ ଚଢ଼ଉ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର