ବିଛିନ୍ନତାବାଦୀଙ୍କ ଘର ଜବତ କଲା ଏନଆଇଏ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ବିଛିନ୍ନତାବାଦୀ ନେତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏନଆଇଏ | କାଶ୍ମୀର ବିଛିନ୍ନତାବାଦୀ ନେତା ଆସିୟା ଅନ୍ଦ୍ରାବୀଙ୍କ ସମ୍ପତି ଜବତ କରିଛି ଏନଆଇଏ | ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଏନଆଇଏ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି | ଆସିୟାଙ୍କ ଏକ ଘରକୁ ଆଜି ଜବତ କରିଛି ଏନଆଇଏ | ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଆସିୟାଙ୍କ ସହଯୋଗରେ ତାଙ୍କ ଘରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିଲା |

ବିଭିନ୍ନ ଆକ୍ରମଣର ଷଡଯନ୍ତ୍ର ସହ ଆତଙ୍କବାଦୀ ଏଠାରେ ଲୁଚି ରହୁଥିଲେ | ତେଣୁ ଅନଲଫୁଲ ଆକ୍ଟିଭିଟିଜ ବା ଅନୈତିକ କାର୍ଯ୍ୟକଳାପ ଅଧିନିୟମ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଏଠାରେ ସୂଚନା ଥାଉ କି ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ଗତମାସ ଅଭିଯୋଗ କରିଥିଲା ଯେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ବିଛିନ୍ନତାବାଦୀ ନେତାମାନେ ଅର୍ଥ ଯୋଗାଣ କରୁଛନ୍ତି |

ସେହିପରି ଆତଙ୍କବାଦୀଙ୍କୁ ସହଯୋଗ କରୁଥିବାରୁ ଏହି ନେତାମାନଙ୍କୁ ବିଦେଶରୁ ଅର୍ଥ ମିଳିଛି | ଯେଉଁ ଅର୍ଥରେ ସେମାନେ ବିଦେଶରେ ନିଜ ପିଲାମାନଙ୍କୁ ପାଠ ପଢାଉଛନ୍ତି | ଏକଥାକୁ ଆସିୟା ସ୍ୱୀକାର କରିଥିଲେ | ଫଳରେ ଆସିୟାଙ୍କ ଘରକୁ ନିଜ କବଜାକୁ ନେଇଛି ଏନଆଇଏ |

ସମ୍ବନ୍ଧିତ ଖବର