ମୁମ୍ବାଇ: ମଙ୍ଗଳବାର ଦିନ ମୁମ୍ବାଇର ‘କ୍ରଫୋର୍ଡ ମାର୍କେଟ୍’ ଅଞ୍ଚଳରୁ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ଗୋଟାଏ କଳା ‘ମର୍ସିଡିଜ୍-ବେଞ୍ଜ୍’ କାର୍ ଜବତ କରିବା ସହ ସେଥିରୁ ଫେବ୍ରୁଆରି ୨୫ ତାରିଖ ଦିନ ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରେ ରଖାଯାଇଥିବା ବିସ୍ଫୋରକ ଭରା ଗାଡ଼ିର ପ୍ରକୃତ ନମ୍ବର୍ ପ୍ଲେଟ୍ ଉଦ୍ଧାର କରିଛି।
‘ଏନ୍ଆଇଏ’ ଆଇ.ଜି. ଅନୀଲ ଶୁକ୍ଳା ଗଣମାଧ୍ୟମକୁ କହିଛନ୍ତି ଯେ, ଜବତ ହୋଇଥିବା ‘ମର୍ସିଡିଜ୍’ଟିକୁ ସଚିନ ଭାଜେ ଚଳାଉଥିଲେ। ଏହି କାର୍ର ପଞ୍ଜିକୃତ ମାଲିକଙ୍କର ସନ୍ଧାନ ପାଇବା ଲାଗି ‘ଏନ୍ଆଇଏ’ ଉଦ୍ୟମ କରୁଛି।
ଏହା ବ୍ୟତିରେକେ, ଉକ୍ତ କାର୍ ଭିତରୁ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା, କିଛି ଲୁଗାପଟା, ପେଟ୍ରୋଲ୍, ଡିଜେଲ୍ ଏବଂ ଗୋଟିଏ ଟଙ୍କାଗଣା ମେସିନ୍ ମଧ୍ୟ ଉଦ୍ଧାର କରାଯାଇଛି।
/sambad/media/post_attachments/wp-content/uploads/2021/03/car1.jpg)
‘କ୍ରଫୋର୍ଡ ମାର୍କେଟ୍’ ପାଖାପାଖି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ଅଫିସ ନିକଟରେ ଥିବା ଏକ ‘କାର୍ ପାର୍କିଙ୍ଗ୍’ରୁ ଉପରୋକ୍ତ ‘ମର୍ସିଡିଜ୍’ଟି ଉଦ୍ଧାର କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ‘ପିପିଇ କିଟ୍’ ଭଳି ଦେଖାଯାଉଥିବା ଏକ ଢିଲାଳିଆ କୁର୍ତ୍ତା ପିନ୍ଧିଥିବା ସଚିନ ଭାଜେ ଉକ୍ତ ‘ମର୍ସିଡିଜ୍’ କାର୍ ବାହାରେ ଥିବାର ଚିତ୍ର ଏକ ‘ସିସିଟିଭି’ କ୍ୟାମେରାରୁ ମିଳିଛି। ସେ କାର୍ ଭିତରେ ଥିବା ଇନ୍ଧନ ସାହାଯ୍ୟରେ ଉକ୍ତ କୁର୍ତ୍ତାଟିକୁ ପୋଡ଼ି ଦିଆଯାଇଥିବା ଜଣାପଡ଼ିଛି।