ଆଇଏସ୍‌ଆଇଏସ୍‌ ପାଇଁ ୧୫ ଭାରତୀୟଙ୍କୁ ଚୟନ କରିଥିବା ଯସ୍ମିନ୍‌ ମହମ୍ମଦଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ

ତିରୁବନନ୍ତପୁରମ: ଆଜି କେରଳର କୋଚିସ୍ଥିତ ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ସ୍ବତନ୍ତ୍ର ଅଦାଲତ ଯସ୍ମିନ୍‌ ମହମ୍ମଦ ଜହିରଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ବିହାରର ମୂଳବାସିନ୍ଦା ଯସ୍ମିନ୍‌ଙ୍କର ଆଇଏସ୍‌ଆଇଏସ୍‌ଙ୍କ ସହ ସମ୍ପୃକ୍ତି ଥିଲା।

ଭାରତରେ ଆଇଏସଆଇଏସ୍‌ ସହ ସମ୍ପୃକ୍ତି ଥିବା ମାମଲାରେ ଯସ୍ମିନ୍‌ ମହମ୍ମଦ ଦୋଷୀ ସାବ୍ୟସ୍ତ ହେବାରେ  ପ୍ରଥମ ବ୍ୟକ୍ତି। କେରଳର କସରଗୋଦ ଜିଲ୍ଲାରୁ ୧୫ ଜଣ ବ୍ୟକ୍ତିଙ୍କୁ ଆଇଏସ୍‌ଆଇଏସ୍‌ ପାଇଁ ଚୟନ କରି ସେମାନଙ୍କୁ  ଦେଶ ବାହାରକୁ ପଠାଇବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ତାଙ୍କ ବିରୋଧରେ ପ୍ରଥମେ ମେ ୨୦୧୬ରେ ଏକ ମାମଲା ରୁଜୁ କରାଯାଇଥିଲା। ଜୁଲାଇ ୨୦୧୬ରେ କେରଳ ପୁଲିସ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକ କରିଥିଲା।

ସେହି ମାମଲାରେ ଅବ୍‌ଦୁଲ୍‌ ରଶିଦ ନାମକ ଅନ୍ୟ ଜଣେ ଲୋକଙ୍କ ବିରୋଧରେ ମଧ୍ୟ ଏନ୍‌ଆଇଏ ଚାର୍ଜସିଟ୍‌ ଦାଖଲ କରିଛି। ଏହି ରାକେଟ୍‌ରେ ରଶିଦ ମୁଖ୍ୟ ଦୋଷୀ ଏବଂ ସେ ଆଫଗାନିସ୍ତାନରେ ଥିବା ପରି ଜଣାପଡୁଛି।

ଯସ୍ମିନ୍‌ ମହମ୍ମଦ ଜହିରଙ୍କ ବିରୋଧରେ ଏବେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୨୦ ଏବଂ ୧୨୫ ଖ ସହ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନର ଧାରା ୩୮, ୩୯ ଏବଂ ୪୦ ମଧ୍ୟ ଲାଗୁ କରାଯାଇଛି।

ସେ ଦେଶ ଏବଂ ଏସିଆର ଅନ୍ୟାନ୍ୟ ସଂଗଠିତ ଦେଶ ବିରୋଧରେ ଯୁଦ୍ଧ କରାଇବା ପରିସ୍ଥିତି ଉଦ୍ରେକ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର