ନୂଆଦିଲ୍ଲୀ : ଗତ ରବିବାରଦିନ ତାମିଲନାଡୁର କୋଏମ୍ବାଟୁରଠାରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆରମ୍ଭ କରିଦେଇଛି । ତଦନ୍ତର ପ୍ରଥମ ଦିନରେ ହିଁ ଏନଆଇଏ ହାତରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଲାଗିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଉକ୍ତ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଜମିସା ମୁବିନର କୋଟ୍ଟାଇମେଡୁ ଏଚଏମପିକେ ଷ୍ଟ୍ରିଟ ସ୍ଥିତ ଘରୁ ଏନଆଇଏ ବମ୍ ତିଆରି ସାମଗ୍ରୀ ଓ ଜିହାଦୀ ସାହିତ୍ୟ ଜବତ କରିଛି । ଉକ୍ତ ଘରୁ ମୋଟ ୧୦୯ଟି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ସେଗୁଡ଼ିକ ମଧ୍ୟରେ ରହିଛି ପୋଟାସିଅମ ନାଇଟ୍ରେଟ୍, ବ୍ଲାକ୍ ପାଉଡର, ୨ ମିଟରର କ୍ରାକର ଫ୍ୟୁଜ ଲେଙ୍ଗଥ, ନାଇଟ୍ରୋ ଗ୍ଲିସେରିନ, ରେଡ୍ ଫସଫରସ, ପେଟିଏନ ପାଉଡର, ସଲଫର ପାଉଡର, ଆଲୁମିନିୟମ ପାଉଡର, ଅକ୍ସିଜେନ ସିଲିଣ୍ଡର ଆଦି ଜବତ ହୋଇଛି । ଏସବୁ ସାମଗ୍ରୀ ଏକ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଉଦ୍ଦିଷ୍ଟ ଥିଲା ବୋଲି ସଂଦେହ କରାଯାଉଛି ।
କୋଏମ୍ବାଟୁରର ଏକ ମନ୍ଦିର ନିକଟରେ ଛିଡ଼ା ହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । କାରରେ ଦୁଇଟି ଗ୍ୟାସ ସିଲିଣ୍ଡର ରଖାଯାଇଥିଲା । ଏହି ଘଟଣାରେ ଜମିସା ମୁବିନ ନିହତ ହୋଇଥିଲା । ସିସିଟିଭି ଫୁଟେଜ ଆଧାରରେ ପୁଲିସ ଏହି ବିସ୍ଫୋରଣ ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏହି ପାଞ୍ଚ ଅଭିଯୁକ୍ତଙ୍କ ନାମ ମହମ୍ମଦ ତାଲକା, ମହମ୍ମଦ ଅଜହରୁଦ୍ଦିନ, ମହମ୍ମଦ ରିୟାଜ, ଫିରୋଜ ଇସମାଇଲ ଏବଂ ମହମ୍ମଦ ନୱାଜ ଇସମାଇଲ ।