୨୬/୧୧ ଭଳି ଆକ୍ରମଣ ଭାରତରେ କରାଇବା ପାଇଁ ପାକିସ୍ତାନୀ କୂଟନୀତିଜ୍ଞ ହାତ ଥିବା ଅଭିଯୋଗ

ପାକିସ୍ତାନ: ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ୱାଣ୍ଟେଡ୍‌ ଲିଷ୍ଟରେ ପାକିସ୍ତାନୀ କୂଟନୀତିଜ୍ଞ ଆମୀର ଜୁବେର ସିଦିକି ନାମ ସାମିଲ କରି ଫଟୋ ଜାରି କରିଛି । ଆମୀର ତାର ଓ ସହ ଯୋଗୀଙ୍କ ସହ ମିଶି ଆମେରିକା ଓ ଇସ୍ରାଏଲ ସହ ଦକ୍ଷିଣ ଭାରତରେ ୨୬/୧୧ ଭଳି ଆକ୍ରମଣ ଭାରତରେ କରାଇବାରେ ଜୁବେରଙ୍କର ହାତ ଥିବା ଅଭିଯୋଗ ହୋଇଛି । ଭାରତରେ ଥିବା ଆମେରିକୀୟ ଓ ଇସ୍ରାଏଲୀ ଦୂତାବାସ ଉପରେ ଆକ୍ରମଣ ପାଇଁ ଜୁବେର ଷଡ଼ଯନ୍ତ୍ର କରିଥିଲେ ।

ସୂଚନାଯୋଗ୍ୟ,୨୦୧୪ରେ ସେନା ଓ ନୌସେନା କମାଣ୍ଡ ଉପରେ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିଲେ । ଆଉ ଏଥିପାଇଁ ଶ୍ରୀଲଙ୍କାରେ କିଛି ଅପରାଧୀକୁ ସାମିଲ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏମାନଙ୍କୁ ଭାରତୀୟ ସୁରକ୍ଷା କେନ୍ଦ୍ର ବିଷୟରେ ସୂଚନା ସଂଗ୍ରହ କାମରେ ଲଗାଇଥିଲେ ଜୁବେର । ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏନେଇ ଭାରତକୁ ପ୍ରଥମେ ସୂଚନା ଦେଇଥିଲେ । ଜୁବେରଙ୍କ ସହ ଅନ୍ୟ ୨ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଏନଆଇଏ ୱାଣ୍ଟେଡ ଘୋଷଣା କରିଛି । ଏନଆଇଏ ଦ୍ୱାରା ପାକିସ୍ତାନୀ କୂଟନୀତିଜ୍ଞଙ୍କ ୱାଣ୍ଟେଡ ଘୋଷଣା କରାଯିବାର ଏହା ପ୍ରଥମ ଘଟଣା । ଏବେ ଇଣ୍ଟପୋଲକୁ ଏମାନଙ୍କ ତାଲିକାପଠାଇବାକୁ ଏନଆଇଏ ଯୋଜନା କରୁଛି।

ସମ୍ବନ୍ଧିତ ଖବର