ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକା ତଥା ଟେଲିଭିଜନ୍ ଉପସ୍ଥାପିକା ନିଧି ରାଜଦାନ ଏନଡିଟିଭି ସହ ନିଜର ଇନିଂସ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରାୟ ୨୧ ବର୍ଷ ଧରି ଏହି ଅନୁଷ୍ଠାନ ସହିତ ଜଡିତ ଥିଲେ | ଶନିବାର ଟ୍ୱିଟ୍ କରି ନିଧି ରାଜଦାନ ଏହି ସୂଚନା ଦେଇଛନ୍ତି। ଏକ ଟୁଇଟ୍ରେ ନିଧି କହିଛନ୍ତି ଯେ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହଯୋଗୀ ପ୍ରଫେସର ଭାବେ ଚଳିତ ବର୍ଷ ଶେଷ ସୁଦ୍ଧା ଯୋଗ ଦେବେ | ତେଣୁ ଏନଡିଟିଭିରୁ ବିଦାୟ ନେଇଛନ୍ତି |
Some personal and professional news: after 21 years at NDTV, I am changing direction and moving on. Later this year, I start as an Associate Professor teaching journalism as part of Harvard University’s Faculty of Arts and Sciences 1/n
— Nidhi Razdan (@Nidhi) June 13, 2020
ନିଧି ଟ୍ୱିଟ କରି ଲେଖିଛନ୍ତି ଯେ ଏନଡିଟିଭି ତାଙ୍କୁ ବହୁତ କିଛି ଶିଖାଇଛି | ଏହା ତାଙ୍କର ଘର ଭଳି ଥିଲା | ଏନଡିଟିଭିର ସମସ୍ତ କର୍ମଚାରୀଙ୍କୁ ସେ ବହୁତ ଝୁରିବେ | ଶେଷରେ ସେ ଏନଡିଟିଭିର ମୁଖ୍ୟ ପ୍ରଣୟ ରାୟ ଓ ରାଧିକା ରାୟଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି | ତାଙ୍କ ଉପରେ ଗଭୀର ବିଶ୍ୱାସ ରଖିଥିବାରୁ ସେ କୃତଜ୍ଞ ବୋଲି କହିଛନ୍ତି |
I will miss my colleagues deeply. Most of all, I want to thank @PrannoyRoyNDTV @radhikaroyndtv for being the most incredible mentors and bosses. You took me in as a 22 year old and believed in me. I never say never, so TV may one day beckon again. Wish me luck
— Nidhi Razdan (@Nidhi) June 13, 2020