ଆବୁଜା: ଆଫ୍ରିକୀୟ ଦେଶ ନାଇଜେରିଆ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଦ୍ୱିତୀୟ ସର୍ବୋଚ୍ଚ ଜାତୀୟ ପୁରସ୍କାର ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜରରେ ସମ୍ମାନିତ କରିଛି। ଏହି ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଦ୍ୱିତୀୟ ବିଦେଶୀ ପ୍ରତିନିଧି । ଏହା ପୂର୍ବରୁ ରାଣୀ ଏଲିଜାବେଥ୍ ହେଉଛନ୍ତି ଏକମାତ୍ର ବିଦେଶୀ ବିଶିଷ୍ଟ ବ୍ୟକ୍ତି ଯିଏ କି ୧୯୬୯ମସିହାରେ ଏହି ପୁରସ୍କାର ପାଇଥିଲେ।
ପୁରସ୍କାର ଗ୍ରହଣ କରିବା ପରେ ନାଇଜେରିଆ ରାଷ୍ଟ୍ରପତି ଅହମ୍ମଦ ଟିନୁବୁଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । 'ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର୍' ପୁରସ୍କାରରେ ସମ୍ମାନିତ ହେବା ତାଙ୍କ ପାଇଁ ବଡ଼ ସମ୍ମାନ ବୋଲି ସେ କହିଛନ୍ତି।
ପୁରସ୍କାର ଗ୍ରହଣ କରିବା ପରେ ନାଇଜେରିଆ ରାଷ୍ଟ୍ରପତି ଅହମ୍ମଦ ଟିନୁବୁଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । 'ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର୍' ପୁରସ୍କାରରେ ସମ୍ମାନିତ ହେବା ତାଙ୍କ ପାଇଁ ବଡ଼ ସମ୍ମାନ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ସେ ଏହାକୁ ଅତ୍ୟନ୍ତ ନମ୍ରତାର ସହ ଗ୍ରହଣ କରନ୍ତି ଏବଂ ଭାରତର ୧.୪ ବିଲିୟନ ଜନସାଧାରଣ ଏବଂ ଭାରତ ଏବଂ ନାଇଜେରିଆ ମଧ୍ୟରେ ବନ୍ଧୁତାକୁ ସମର୍ପିତ କରନ୍ତି । ଗ୍ରାଣ୍ଡ କମାଣ୍ଡର ଅଫ୍ ଅର୍ଡର ଅଫ୍ ଦି ନାଇଜର ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ନାଇଜେରିଆ ସରକାର ଏବଂ ଏହାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ମୋଦୀ କହିଛନ୍ତି ଯେ ଭାରତ ଏବଂ ନାଇଜେରିଆ ମଧ୍ୟରେ ସମ୍ପର୍କ ସଦ୍ଭାବନା, ପାରସ୍ପରିକ ସହଯୋଗ ଏବଂ ସମ୍ମାନ ଉପରେ ଆଧାରିତ । ସେ କହିଥିଲେ ଯେ ଗତିଶୀଳ ଅର୍ଥନୀତି ସହିତ ଜୀବନ୍ତ ଗଣତନ୍ତ୍ର ଭାବରେ ଉଭୟ ଦେଶ ସେମାନଙ୍କ ଲୋକଙ୍କ କଲ୍ୟାଣ ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ନାଇଜେରିଆ ନେତୃତ୍ୱଙ୍କ ସହ ବୈଠକରେ ମୋଦୀ ପାରସ୍ପରିକ ସହଯୋଗକୁ ଆହୁରି ସୁଦୃଢ଼ ଓ ବିସ୍ତାର କରିବା ଉପରେ ଆଲୋଚନା କରିଛନ୍ତି। ଅର୍ଥନୀତି, କୃଷି, ନିରାପତ୍ତା, ଶକ୍ତି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ସଂସ୍କୃତି ଭଳି କ୍ଷେତ୍ରରେ ନୂତନ ସମ୍ଭାବନାର ଚିହ୍ନଟ ଉପରେ ସେ ଆଲୋକପାତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/17/34zwCt0L06Ls9MwHCB36.jpg)