ନାଇଜେରିଆ ରାଷ୍ଟ୍ରପତିଙ୍କ ରୢାଲିରେ ଦଳାଚକଟା: ୧୫ ମୃତ

ଆବୁଜା: ନାଇଜେରିଆର ରିଭର୍ସ ପ୍ରଦେଶରେ ରାଷ୍ଟ୍ରପତି ମହମ୍ମଦ ବୁହାରିଙ୍କ ଏକ ନିର୍ବାଚନୀ ରୢାଲିରେ ଗତକାଲି ଦଳାଚକଟା ହୋଇ ୧୫ ଜଣଙ୍କ ପ୍ରାଣହାନି ହୋଇଛି। ସୂଚନା ଥାଉ କି, ଆସନ୍ତା ଶନିବାର ନାଇଜେରିଆରେ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ବୁହାରି ଦେଶର ଏହି ଦକ୍ଷିଣ ପୂର୍ବପ୍ରଦେଶରେ ନିର୍ବାଚନୀ ପ୍ରଚାରେ ଯାଇଥିଲେ। ଭାଷଣ ସାରି ବୁହାରି ସେହି ସ୍ଥାନ ଛାଡ଼ୁଥିବାବେଳେ ହଠାତ୍‌ ସଂଖ୍ୟାଧିକ ଜନସାଧାରଣ ତାଙ୍କୁ ପିଛା କରିବାକୁ ଯାଇ ଗୋଟିଏ ବନ୍ଦ ଫାଟକ ଆଡ଼କୁ ମୁହାଁଇବାରୁ ଦଳା ଚକଟା ହୋଇଥିଲା। ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ୧୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର