ଲକଡାଉନ୍ ୫.୦ରେ କର୍ପ୍ୟୁରେ କୋହଳ : ଜୁନ୍ ପହିଲାରୁ ରାତି ୯ରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଆଜି ଗୃହ ମନ୍ତ୍ରାଳୟ ଦେଶବ୍ୟାପୀ ବଳବତ୍ତର ଥିବା ଲକଡାଉନର ସମୟସୀମାକୁ ଜୁନ ୩୦ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ନୂତନ ନିୟମାବଳୀ ମଧ୍ୟ ଜାରି କରିଛନ୍ତି। ସଂଶୋଧିତ ଗାଇଡଲାଇନରେ ସରକାର କହିଛନ୍ତି ଯେ, ଲକଡାଉନ ୪.୦ଭଳି ଲକଡାଉନ ୫.୦ରେ ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି ରହିବ | ହେଲେ ପଞ୍ଚମ ପର୍ଯ୍ୟାୟରେ ଏହାକୁ  କୋହଳ କରାଯାଇଛି | ଲକଡାଉନ ୫.୦ରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ନୁହେଁ ବରଂ ରାତି ୯ଟାରୁ ଭୋର ୫ଟା ଯାଏଁ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ନିୟମ ଲାଗୁ ହେବ | ଜୁନ୍ ୧ ତାରିଖଠାରୁ ଏହି ନୂତନ କର୍ପ୍ୟୁ ନିୟମ ପାଳନ କରାଯିବ।

ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ଲକଡାଉନ୍ ୫.୦ ପାଇଁ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜରୁରୀ କାର୍ଯ୍ୟକଳାପ ବ୍ୟତୀତ ରାତି ୯ରୁ ସକାଳ ୭ ଟା ମଧ୍ୟରେ ବ୍ୟକ୍ତିବିଶେଷଙ୍କ ଗତିବିଧି “ସମ୍ପୂର୍ଣ୍ଣ ନିଷେଧ” ରହିବ | ଅତ୍ୟାବଶ୍ୟକ କାର୍ଯ୍ୟକଳାପ ବ୍ୟତୀତ ରାତି ୯ ରୁ ଭୋର ୫ଟା ଯାଏଁ ମଧ୍ୟରେ ବ୍ୟକ୍ତିବିଶେଷଙ୍କ ଗତିବିଧି ନିଷେଧ ରହିବ। ଏ ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ସିଆରପିସିର ଧାରା ୧୪୪ ଅଧୀନରେ [କର୍ଫ୍ୟୁ] ନିର୍ଦ୍ଦେଶନାମା ଜାରି କରିବା ସହ ଏହାକୁ କଠୋର ଭାବେ ଅନୁପାଳନ କରିବେ |

Saudi curfew 2
Gulf Insider

ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, କେବଳ ଜରୁରୀ ଏବଂ ସ୍ୱାସ୍ଥ୍ୟ ସଂପର୍କିତ କାର୍ଯ୍ୟ ବ୍ୟତୀତ ୬୫ବର୍ଷରୁ ଅଧିକ ବୟସ୍କ, ରୋଗୀ, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ପିଲାମାନେ ଘରେ ରହିବା ଆବଶ୍ୟକ। ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସେମାନେ ବାହାରକୁ ବାହାରି ପାରିବେ ନାହିଁ।

ସମ୍ବନ୍ଧିତ ଖବର