ଫେବ୍ରୁଆରି ୨୮ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହରରେ ବଢ଼ିଲା ନାଇଟ କର୍ଫ୍ୟୁ ଅବଧି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଗୁଜୁରାଟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଗୁଜୁରାଟର ୪ଟି ସହରରେ ନାଇଟ କର୍ଫ୍ୟୁ ଅବଧି ବଢ଼ାଇଦିଆଯାଇଛି। ଫେବ୍ରୁଆରି ୨୮ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହର ଲାଗୁ ହେବ ନାଇଟ କର୍ଫ୍ୟୁ । ଅହମଦାବାଦ, ସୁରଟ, ଭଦୋଦରା ଏବଂ ରାଜକୋଟରେ ନାଇଟ କର୍ଫ୍ୟୁ ଲାଗୁ ହେବ ବୋଲି ଜଣାପଡ଼ିଛି।

ଗତକାଲି ସକାଳ ୬ଟାରୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ରହିବ। ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଙ୍କଜ କୁମାର କହିଛନ୍ତି। ନଭେମ୍ବରରେ ଦୀପାବଳି ପରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ପରେ ସରକାର ଏହି ଚାରିଟି ସହରରେ ନାଇଟ କର୍ଫ୍ୟୁ ଲାଗୁ କରିଥିଲେ। ଏବେ ଏହାକୁ ଫେବ୍ରୁଆରି ୨୮ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

Image result for Night Curfew In 4 Gujarat Major Cities Extended Till February 28
India.com

ଗତକାଲି ଗୁଜୁରାଟର ମୁଖ୍ୟମନ୍ତ୍ରୀ ନିର୍ବାଚନ ରାଲିରେ ଭାଷଣ ଦେଉଥିବା ବେଳେ ଅଚେତ ହୋଇପଡ଼ିଥିଲେ। ପରେ ତାଙ୍କର ସ୍ବାବ ନମୁନା ପରୀକ୍ଷା କରାଯିବା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ ହେବାର ଖବର ଆସିବାର କିଛି ଘଣ୍ଟା ମଧ୍ୟରେ ଗୁଜୁରାଟରେ ନାଇଟ କର୍ଫ୍ୟୁର ଅବଧି ବଢ଼ାଇଦିଆଯାଇଛି।

ସମ୍ବନ୍ଧିତ ଖବର