ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଏକ କୋଟି ୧୭ଲକ୍ଷ ୩୨ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୭ଲକ୍ଷ ୮୮ହଜାର ୨୨୩ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ତାଲିକାରେ ଏବେ ବି ମହାରାଷ୍ଟ୍ର ଆଗରେ ରହିଛି । ଅନ୍ୟପଟେ ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି | ଏପ୍ରିଲ ୩୦ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି |
ସୂଚନା ଥାଉ କି ଦିଲ୍ଲୀରେ ଦୁଇ ଦିନ ଧରି କରୋନା ପଜିଟିଭଙ୍କ ସଂଖ୍ୟା ୩୫୦୦ ଉପରେ ରହୁଥିବାରୁ ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି | ତେବେ ରାତ୍ରିକାଳୀନ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବାରୁ ବାଦ ଦିଆଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Corona-in-India-on-6th-April_Thumbnail_2.jpg)