ନୋଏଡା: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ କଟକଣା କଡ଼ାକଡି କରାଯାଇଥିବା ବେଳେ ଏବେ ନୋଏଡାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ସଂକ୍ରମଣ ବଢ଼ିବାରୁ ଆଜିଠାରୁ ଏପ୍ରିଲ ୧୭ପର୍ଯ୍ୟନ୍ତ ନୋଏଡାରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ଜଣାପଡ଼ିଛି।
The Economic Timesତେବେ ନୋଏଡା ସମେତ ଓଡ଼ିଶାର କିଛି ଜିଲ୍ଲା ଏବଂ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକଡାଉନ ସହ ମଧ୍ୟପ୍ରଦେଶରେ ମଧ୍ୟ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ସଙ୍କଟ ପରିଚାଳନା ବୈଠକ ପରେ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ସହରମାନଙ୍କରେ ସମୁଚ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଣମାଧ୍ୟମକୁ ସେ କହିଛନ୍ତି, ସଙ୍କଟ ପରିଚାଳନା ଗ୍ରୁପ୍ର ବୈଠକ ପରେ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ସହରମାନଙ୍କରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ। ବଡ଼ ବଡ଼ ସହରମାନଙ୍କରେ ଆମେ ‘କଣ୍ଟେନ୍ମେଣ୍ଟ୍’ ଅଞ୍ଚଳ କରୁଛୁ।
India TVଗତ ୨୪ ଘଣ୍ଟାରେ ୪ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମଣ ମାମଲା ରିପୋର୍ଟ ହେବା ସହ ମଧ୍ୟପ୍ରଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୩.୧୮ ହେବାରୁ ସପ୍ତାହନ୍ତ ଲକଡାଉନ ଜାରି କରାଯାଇଛି। ରାଜ୍ୟର ବଡ଼ ସହର ଇନ୍ଦୋର ଓ ଭୋପାଳରେ ଦୈନିକ ସର୍ବାଧିକ ସଂଖ୍ୟକ ସଂକ୍ରମଣ ମାମଲା ରେକର୍ଡ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Night-Curfew-in-Noida-Till-17th-of-April_Thumbnail.jpg)