ଚଣ୍ଡିଗଡ଼: ପଞ୍ଜାବରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂହ ରାଜ୍ୟର ୯ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲଗାଇବାକୁ ଘୋଷଣା କରିଛନ୍ତି । ଏହି ନାଇଟ୍ କର୍ଫ୍ୟୁ ରାତି ୯ରୁ ସକାଳ ୫ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ସନ୍ଧ୍ୟା ସୁଦ୍ଧା ଗାଇଡଲାଇନ୍ ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisment

ସୂଚନା ମୁତାବକ, ମେ’ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ଗୁଣା ବୃଦ୍ଧି ପାଇଛି । ଏହାସହ ଏବେ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ୧ତାରିଖରେ ରାଜ୍ୟରେ ୫୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମାର୍ଚ୍ଚ ୧୭ରେ ସଂକ୍ରମିତଙ୍କ ସଂଖ୍ୟା ୨୦୪୫ ରେ ପହଞ୍ଚିଛି। ବୁଧବାର ଦିନ ଗୋଟିଏ ଦିନରେ ରାଜ୍ୟରେ କରୋନା ସଂକ୍ରମଣରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Night curfew from 9pm in Punjab districts amid rising Covid cases - पंजाब के 9 जिलों में बढ़ा नाइट कर्फ्यू का टाइम, CM कैप्टन अमरिंदर ने और सख्ती के दिए संकेत Hindustan

କରୋନାର ଦ୍ୱିତୀୟ ଲହରକୁ ନଜରରେ ରଖି ପଞ୍ଜାବ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କେବଳ ପଞ୍ଜାବ ନୁହେଁ, ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।